ନକଲି ପାସପୋର୍ଟ କରି ଫସିଲେ ଛୋଟାରାଜନ: ୭ ବର୍ଷ ଜେଲ

chota-rajan

ନୂଆଦିଲ୍ଲୀ: ନକଲି ପାସପୋର୍ଟ ପାଇଁ ଛୋଟାରାଜନଙ୍କୁ ୭ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ସେହିପରି ତାଙ୍କ ଅନ୍ୟ ୩ ସହଯୋଗୀଙ୍କୁ ମଧ୍ୟ ସମାନଧରଣର ଦଣ୍ଡାଦେଶ ହୋଇଛି। ମଙ୍ଗଳବାର ଦିଲ୍ଲୀର ସ୍ୱିତନ୍ତ୍ର ଅଦାଲତ ପକ୍ଷରୁ ଏହି ରାୟ ପ୍ରକାଶ ପାଇଛି।

ଏଥିସହ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ବିରୋଧରେ ୧୫ ହଜାର ଟଙ୍କା ଲେଖାଁଏ ଜରିମାନା କରାଯାଇଛି। ପାସପୋର୍ଟ ଆବେଦନ ବେଳେ ଛୋଟାରାଜନ ଏବଂ ତାଙ୍କ ୩ ସହଯୋଗୀ ଭୁଲ ତଥ୍ୟ ଦେଇ ଭାରତ ସରକାରଙ୍କୁ ଠକିଥିବାରୁ କୋର୍ଟ ତାଙ୍କ ବିରୋଧରେ ଏଭଳି ରାୟ ଦେଇଛନ୍ତି।  ଆଇପିସି ଧାରା ୪୧୯,୪୨୦,୪୬୭,୪୬୮ ଅନୁଯାୟୀ ଉପରୋକ୍ତ ୩ ଜଣଙ୍କୁ ଦୋଶୀ ସାବ୍ୟସ୍ତ କରାଯାଇଛି।

Previous ArticleNext Article

Send this to a friend