ସ୍କୁଲ୍‌ ସମୟରେ ସେକ୍ସ: ନବମ ଶ୍ରେଣୀ ଛାତ୍ରୀ ମାଆ, ଅଷ୍ଟମ ଶ୍ରେଣୀରେ ପଢୁଛି ବାପା

pregnant

ଥିରୁଅନ୍ତପୁରମ୍‌: ୧୫ବର୍ଷର ନାବଳିକାକୁ ଗର୍ଭବତୀ କଲା ୧୩ବର୍ଷର ନାବାଳକ। ଏମିତିକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି କେରଳର ପଠାନପୁରମ୍‌ ଅଚଂଳରୁ।  ନବମ ଶ୍ରେଣୀରେ ପଢୁଥିବା ନାବାଳିକା ଜଣଙ୍କ ୪ଦିନ ପୂର୍ବେ ଏକ ଶିଶୁକୁ ଜନ୍ମ ଦେବା ପରେ ଅଷ୍ଟମ ଶ୍ରେଣୀରେ ସମ୍ପୃକ୍ତ ନାବାଳକ ନାଁରେ ଥାନାରେ ଏତଲା ଦିଆଯାଇଥିଲା। ଅଭିଯୋଗ ପାଇବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରିବା ସହ ନାବାଳକକୁ ଗିରଫ କରିଥିଲା। ନାବାଳକ ଜଣଙ୍କ ନିଜ ଦୋଷ ସ୍ୱୀକାର କରିବା ସହ ପୀଡିତାଙ୍କ ସହ ତା’ର ଶାରୀରିକ ସମ୍ପର୍କ ଥିବା ପୋଲିସ୍‌କୁ କହିଥିଲା।

କେରଳର ପଠାନ୍‌ପୁରମ୍‌ର ଏହି ଘଟଣା ଯେତିକି ବିସ୍ମିତ କରୁଛି, ତା ଠାରୁ ଅଧିକ ଲଜ୍ଜା ସୃଷ୍ଟି କରିଛି। ଗିରଫ ପରେ ନାବାଳକକୁ ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ତଥା ଜିଲ୍ଲା ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ ଚେୟାରମ୍ୟାନଙ୍କ ନିକଟରେ ହାଜର କରାଯାଇଥିଲା। ଜଜ୍‌ ନାବାଳକକୁ ଜାମିନ ପ୍ରଦାନ କରିବା ସହ ତାକୁ ତା ପରିବାରକୁ ହସ୍ତାନ୍ତର କରିଛନ୍ତି।

ପୋଲିସ କହିବା ଅନୁସାରେ ନାବାଳିକାର ପେଟ କାଟିବାରୁ ତାଙ୍କ ପରିବାର ଲୋକେ ହସ୍ପିଟାଲ ନେଇଥିଲେ। ସେଠାରେ ପରୀକ୍ଷା ପରେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଡାକ୍ତର କହିବା ସହ ଅନ୍ୟ ହସ୍ପିଟାଲକୁ ସ୍ଥାନନ୍ତର କରି ଦେଇଥିଲେ। ସେଠାରେ ନାବାଳିକା ଜଣଙ୍କ ଏକ ଶିଶୁକୁ ଜନ୍ମ ଦେଇଥିଲେ।

ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ନାବାଳକକୁ ଖୋଜିଥିଲେ। ସେତେବେଳେ ମାଙ୍ଗାଲୁରୁରେ ଜଣେ ସମ୍ପର୍କୀୟଙ୍କ ଘରେ ନାବାଳକ ଜଣଙ୍କ ଥିଲେ। ପୋଲିସ ସାଧା ପୋଷାକରେ ସେଠାକୁ ଯାଇ ମାଆବାପାଙ୍କ ଉପସ୍ଥିତିରେ ତା’ ବୟାନ ରେକର୍ଡ କରିଥିଲା। ସେଠାରେ ନାବାଳକ ଜଣଙ୍କ ନିଜ ଦୋଷ ସ୍ୱୀକାର କରିଥିଲେ।

ପୋଲିସ ମାଆବାପାଙ୍କ ଅନୁମତି ନେଇ ନାବାଳକଙ୍କ ରକ୍ତ ନମୁନା ସଂଗ୍ରହ କରି ଡିଏନ୍‌ଏ ଟେଷ୍ଟ ପାଇଁ ପଠାଇଛି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ଏରନାକୁଲମ୍‌ରେ ଜଣେ ୧୬ ବର୍ଷ ବୟସର ଛାତ୍ରୀ ମାଆ ହେବା ପରେ ପୋଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ପଡିଶା ଘରେ ରହୁଥିବା ଏକ ୧୨ ବର୍ଷର ବାଳକ ତାଙ୍କ ପିଲାର ବାପା ବୋଲି ସେ ଅଭିଯୋଗ କରିଥିଲେ।

Previous ArticleNext Article