ନାବାଳିକାଙ୍କ ଅଙ୍ଗ ଛୁଇଁ  ଦେବାରୁ ଯୁବକଙ୍କୁ ୧୦ ବର୍ଷ ଜେଲ , କୋର୍ଟ କହିଲେ ବିନା ସହମତିରେ…

girl1

ନୂଆଦିଲ୍ଲୀ: ବିନା ସହମତିରେ ମହିଳାଙ୍କୁ ସ୍ପର୍ଶ କରିବା ଅପରାଧ।  ଏକ ମାମଲାର ଶୁଣାଣି କରି ଦିଲ୍ଲୀ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।  କୋର୍ଟ କହିଛନ୍ତି, ମହିଳାଙ୍କ ଶରୀର ସଂପୂର୍ଣ୍ଣ ରୂପେ ତାଙ୍କ ନିଜର।  ଏହା ଉପରେ କେବଳ ତାଙ୍କର ହିଁ ଅଧିକାର ଅଛି।  ଆଉ ସେମାନଙ୍କ ବିନା ସହମତିରେ କେହି ସ୍ପର୍ଶ କରିପାରିବେ ନାହିଁ । ମହିଳାମାନେ ଯୌନ ବିକାରଗ୍ରସ୍ତ ଲୋକଙ୍କ ଶିକାର ହେବା ଦୁର୍ଭାଗ୍ୟ ବୋଲି କୋର୍ଟ କହିଛନ୍ତି । ଅତିରିକ୍ତ ସେସନ୍ସ ଜଜ ସୀମା ମାଇନି କହିଛନ୍ତି, ଜନଗହଳିପୂର୍ଣ୍ଣ ଅଞ୍ଚଳ, କିମ୍ବା ବସ୍, ମେଟ୍ରୋ ଓ ଥିଏଟରରେ ମହିଳାଙ୍କ ପ୍ରତି ଦିନକୁ ଦିନ ଅସଦାଚରଣ ଘଟଣା ବୃଦ୍ଧି ପାଉଛି।   

ବିଶେଷକରି ସ୍ୱାଧୀନ, ବିକାଶଶୀଳ ଓ ଜ୍ଞାନକୌଶଳରେ ଉନ୍ନତ ଭାରତରେ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ।   ୨୦୧୪ରେ ଦିଲ୍ଲୀର ମୁଖାର୍ଜୀ ନଗରର ଜନଗହଳିପୂର୍ଣ୍ଣ ବଜାରରେ ଉତ୍ତର ପ୍ରଦେଶର ଚାବି ରାମ ନାମକ ଜଣେ ଯୁବକ ଜଣେ ମନ୍ଦ ଉଦ୍ଦେଶ୍ୟ ରଖି ନାବାଳିକାଙ୍କୁ ସ୍ପର୍ଶ କରିବା ସହ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ।  ମାମଲାର ଶୁଣାଣି କରି ଦିଲ୍ଲୀ କୋର୍ଟ ଚାବି ରାମଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

Previous ArticleNext Article

Send this to a friend