ସରିଫଙ୍କର ହେବ ଓପନ୍ ହାର୍ଟ ସର୍ଜରୀ; ଶୁଭକାମନା ଜଣାଇଲେ ମୋଦି

Nawaz-sharif

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କର ଆସନ୍ତା ମଙ୍ଗଳବାର ଇଂଲଣ୍ଡରେ ଓପନ୍ ହାର୍ଟ ସର୍ଜରୀ ହେବ। ସେଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭକାମନା ଜଣାଇଛନ୍ତି।

ସରିଫଙ୍କ ଓପନ୍ ହାର୍ଟ ସର୍ଜରୀ ସଂପର୍କରେ ଗତକାଲି ପାକିସ୍ତାନ ରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ୍ ସୂଚନା ଦେଇଥିଲେ। ସେ କହିଥିଲେ,“ଓପନ୍ ହାର୍ଟ ସର୍ଜରୀ ପାଇଁ ଡାକ୍ତରମାନେ ସରିଫଙ୍କୁ ପରାମର୍ଶ ଦେଇଥିଲେ। ଅପରେସନ୍‌ ପରେ ସରିଫ ୭ ଦିନ ପାଇଁ ଡାକ୍ତରଖାନାରେ ରହିବେ। ଡାକ୍ତରଙ୍କ ଅନୁମତି ପରେ ସେ ପାକିସ୍ତାନ ଫେରିବେ।”

ସରିଫଙ୍କ ଝିଅ ମରୟାମ ନୱାଜ ମଧ୍ୟ ଟ୍ୱିଟ୍ କରି ତାଙ୍କର ଓପନ୍ ହାର୍ଟ ସର୍ଜରୀ ହେବ ବୋଲି ସୂଚନା ଦେଇଥିଲେ।

Previous ArticleNext Article

Send this to a friend