ଇଏ ଏମିତି ମନ୍ଦିର ଯୋଉଠି ଖଇ, ଉଖୁଡା ନୁହେଁ ଭୋଗ ଲାଗେ ମଦ, ବିସ୍କୁଟ ଆଉ ନୁଡୁଲ୍ସ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସାରା ବିଶ୍ୱରେ ଭାରତୀୟ ଧର୍ମ ଓ ସଂସ୍କୃତିର ବଡ ଆଦର ରହିଛି। ଯାହା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଗଢିଉଠିଛି ଅନେକ ଦେବ ମନ୍ଦିର। ଭିନ୍ନ ଭିନ୍ନ ଶୈଳୀରେ ପୂଜାପାଉଛନ୍ତି ବିଶ୍ୱାସର ଇଷ୍ଟ। ସମୟ ସହ ତାଳ ମିଳେଇ ପରିବର୍ତ୍ତିତ ଶୈଳୀରେ ପୂଜାର୍ଚ୍ଚନା ହେଉଛି। ପାରମ୍ପରିକ ଭୋଗ ବ୍ୟତୀତ ଏବେ ଅନେକ ମନ୍ଦିରରେ ପ୍ରସାଦ ଭାବ ବ୍ୟବହାର ହେଉଛି ଆଧୁନିକ ଖାଦ୍ୟଦ୍ରବ୍ୟ । ଯାହାକୁ ଅତି ଶ୍ରଦ୍ଧାର ସହ ଗ୍ରହଣ କରୁଛନ୍ତି ଶ୍ରଦ୍ଧାଳୁ। ପ୍ରସାର ଭାବ ବ୍ୟବହାର ହେଉଥିବା ଏହି ଖାଦ୍ୟଦ୍ରବ୍ୟଗୁଡିକ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ନୁଡୁଲ୍ସ: କୋଲକତାର ଟାଗରା ଅଞ୍ଚଳରେ ରହିଛି ଏକ କାଳୀ ମନ୍ଦିର। ଏହି ମନ୍ଦିର ଆଖପାଖରେ ରହୁଥିବା କିଛି ଚାଇନିଜ୍‌ ଲୋକ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି। ଏହି ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଏଠାରେ ନୁଡୁଲସ୍‌ ପ୍ରସାଦ ଭାବେ ଲାଗି ହୋଇଥାଏ। ଏଥିପାଇଁ ଏହାକୁ ସ୍ଥାନୀୟ ଲୋକେ ଚାଇନିଜ୍‌ କାଳୀ ମନ୍ଦିର ବୋଲି ନାଁ ଦେଇଛନ୍ତି।

ମଦ: ମଧ୍ୟପ୍ରଦେଶର ଉଜୈନ ହେଉଛି ହିନ୍ଦୁମାନଙ୍କ ପାଇଁ ପବିତ୍ର ନଗରୀ। ଏଠାରେ ରହିଛି ପ୍ରସିଦ୍ଧ କାଳ ଭୈରବ ମନ୍ଦିର। ଆଉ କାଳ ଭୈରବଙ୍କ ପ୍ରମୁଖ ପ୍ରସାଦ ହେଉଛି ମଦ । ଏହାକୁ ଠାକୁରଙ୍କୁ ସମର୍ପଣ ପରେ ଶ୍ରଦ୍ଧାଳୁମାନେ ପ୍ରସାଦ ଭାବ ଗ୍ରହଣ କରିଥାନ୍ତି।

ପିଆଜ: ଓଡିଶା ଭଳି ଭାରତର ପ୍ରମୁଖ କେତେକ ସ୍ଥାନରେ ପିଆଜକୁ ତାମସିକ ଖାଦ୍ୟ ତାଲିକାରେ ପରିସରଭୁକ୍ତ ହେବକୁପ ପଡିଛି। ଫଳରେ ଠାକୁରଙ୍କ ପ୍ରସାଦରେ ଏହାକୁ ବ୍ୟବହାର କରାଯାଇ ନ ଥାଏ। ହେଲେ ରାଜସ୍ଥାନର ଗୋଗାମେଡି ମନ୍ଦିରରେ ପିଆଜକୁ ପ୍ରସାଦ ଭାବ ବ୍ୟବହାର କରାଯାଇଥାଏ।

ଦୋଷା: ଦକ୍ଷିଣ ଭାରତର ଖାଦ୍ୟ କଥା ପଡିଲେ ପ୍ରଥମେ ନାଁକୁ ଆସିବ ଇଡଳି, ଦୋଷା ଆଉ ଚଟଣୀ, ସାମ୍ବରର କଥା । ଦକ୍ଷିଣ ଭାରତୀୟ ଲୋକଙ୍କ ପ୍ରାଇଁ ଏଗୁଡିକ ପ୍ରମୁଖ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିବା ବେଳେ ଦକ୍ଷିଣ ଭାରତୀୟ ମନ୍ଦିରରେ ମଧ୍ୟ ଠାକୁରଙ୍କୁ ଏହାକୁ ପ୍ରସାଦ ଭାବ ସମର୍ପଣ କରାଯାଇଥାଏ। ତାମିଲନାଡୁ ଅଲଗାରେ ରହିଥିବା କୋବିଲ ମନ୍ଦିରରେ ଠାକୁରଙ୍କୁ ଦୋସାକୁ ପ୍ରସାଦ ଭାବ ସମର୍ପଣ କରାଯାଇଥାଏ ।

ଫ୍ରୁଟ୍‌ ଜାମ୍‌: ତାମିଲନାଡୁର ଆଉ ଏକ ପ୍ରସିଦ୍ଧ ମନ୍ଦିର ହେଉଛି ମୁରୁଗନସ୍ୱାମୀ ମନ୍ଦିର। ଏଠାରେ ଭଗବାନ କାର୍ତ୍ତିକେୟଙ୍କୁ ପୂଜା କରାଯାଉଥିବା ବେଳେ ପ୍ରସାଦ ଭାବ ଠାକୁରଙ୍କୁ ସମର୍ପଣ କରାଯାଇଥାଏ ଫ୍ରୁଟ୍‌ ଜାମ୍‌ ।

ବିସ୍କୁଟ: ମଧ୍ୟପ୍ରଦେଶର ଥିବା ଶ୍ରୀ ପରମହଂସ ମନ୍ଦିରରେ ବିସ୍କୁଟକୁ ପ୍ରସାଦ ଭାବେ ଗ୍ରହଣ କରାଯାଇଥାଏ।

Previous ArticleNext Article

Send this to a friend