ସୀମାନ୍ତରେ ପାକିସ୍ତାନର ସମର ଅଭ୍ୟାସ

sharif

ଲାହୋର: ଉରୀ ଆତଙ୍କୀ ଆକ୍ରମଣ ଓ ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଭୟଭୀତ ହୋଇ ପଡ଼ିଥିବା ପାକିସ୍ତାନ ସୀମାରେ ସମର ଅଭ୍ୟାସ କରୁଛି। ଏହାସହ ଭାରତ ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସ୍ଥଳ ଓ ବାୟୁ ସେନା କେତେ ପ୍ରସ୍ତୁତ ଅଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀ ନୱାବ ସରିଫ ଏବଂ ସେନାମୁଖ୍ୟ ରାହିଲ ସରିଫ ସମୀକ୍ଷା କରିଛନ୍ତି।

ପଞ୍ଜାବ ପ୍ରଦେଶର ବହାବଳପୁର ସହର ନିକଟ ସୀମାରେ ପାକିସ୍ତାନ ସମର ଅଭ୍ୟାସ କରୁଛି। ଏହି ସମର ଅଭ୍ୟାସରେ ନୱାବ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ଜଣାପଡିଛି। ଏଥିରେ ହେଲିକପ୍ଟର, ଗନ୍‌ସିପ୍‌ ଓ ସ୍ଥଳସେନା ଅଂଶଗ୍ରହଣ କରୁଛନ୍ତି।

Previous ArticleNext Article

Send this to a friend