ଆକ୍ସନ ମୁଡରେ ପ୍ରତିରକ୍ଷା ମନ୍ତ୍ରୀ  ନିର୍ମଳା ସୀତାରମଣ

Nirmala-Sitharaman

ନୂଆଦିଲ୍ଲୀ: ଗତ ୭ ତାରିଖରେ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଶପଥ ନେବା ପରେ ଆକ୍ସନ ମୋଡରେ ଥିବା ଭଳି ଜଣାପଡ଼ୁଛନ୍ତି ନିଜ ବିଭାଗର ସମସ୍ତ ସୁବିଧା ଅସୁବିଧା ପରଖି ଦେଖୁଛନ୍ତି । ଯେଉଁଠି ସମସ୍ୟା ରହିଛି ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ନିଷ୍ପତ୍ତି ଭାବେ ଏକ୍ସ ସର୍ଭିସ ମେନ ଫଣ୍ଡ(ଆର.ଏମ.ଇ.ଡବ୍ଲ୍ୟୁ.ଏଫ)କୁ ଆର୍ଥିକ ସହୟତା ମଞ୍ଜୁର କରିଛନ୍ତି ନିର୍ମଳା। ଖାଲି ସେତିକି ନୁହଁ ୮୬୫୮କ୍ୟାଡରର ପୂର୍ବତନ ସୈନିକ ଓ ତାଙ୍କ ବିଧବା ପତ୍ନୀ ଙ୍କ ପାଇଁ ଆର୍ମ ଫୋର୍ସ ଫ୍ଲାଗ ଡେ’ ଫଣ୍ଡରୁ ୧୩  କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ଅନୁଦାନ ଘୋଷଣା କରିଛନ୍ତି । ନିକଟରେ ଗୋଆର ପାଣାଜୀରେ ହୋଇଥିବା  ‘ନାବିକ ସାଗର ପରିକ୍ରମା’ ଅଭିଯାନକୁ ଗ୍ରୀନ ସିଗନାଲ ଦେଖାଇଥିଲେ ନିର୍ମଳା। ଜାହାଜରେ  ବିଶ୍ୱ ପରିକ୍ରମା କରିବାକୁ ବାହାରିଥିବା ମହିଳା ସଦସ୍ୟଙ୍କୁ ସାହାସ ବଢ଼ାଇବା ପାଇଁ ନିର୍ମଳା ସେଠାରେ ପହଞ୍ଚି ଥିଲେ । ତାଙ୍କ ସାଙ୍ଗରେ ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ବି ଯାଇଥିଲେ ।

ସେଠାରେ ସମସ୍ତ କ୍ୟୁ ମେମ୍ବରଙ୍କୁ ସାଲ୍ୟୁଟ କରିଥିଲେ ନିର୍ମଳା ।  ପରେ ସେ ଭାରତ-ପାକିସ୍ତାନ ସୀମାକୁ ଲାଗି ରହିଥିବା  ଉତ୍ତରଲାଇ ବାୟୁସେନା ଘାଟିରେ ପହଞ୍ଚିଥିଲେ ସୀତାରମଣ । ସେଠାରେ ବାୟୁସେନାର ଯବାନ ନିର୍ମାଳାଙ୍କୁ ଗାର୍ଡ ଅଫ ଅନର ଦେଇଥିଲେ। ସେଠାରେ ପ୍ରଥମଥର ପାଇଁ ମିଗ 21 ବିମାନର କକ୍‌ପିଟରେ ବସି ଏହି ଲଢ଼ୁଆ ବିମାନରେ ଶକ୍ତି ବିଷୟରେ ପଚାରି ବୁଝିଥିଲେ । ୧୬ ବର୍ଷ ପରେ ପ୍ରଥମ ପ୍ରତିରକ୍ଷାମନ୍ତ୍ରୀ ଭାବେ ନିର୍ମଳା ଏହି ଏୟାର ବେସକୁ ଗସ୍ତ କରିଥିଲେ  । ଏହା ପୂର୍ବୁର ୨୦୦୧ରେ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ ଏହି ବିମାନଘାଟିକୁ ଭ୍ରମଣରେ ଆସିଥିଲେ

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend