ଶୁଣା କଥା ନେଇ ଗଲା ୬ ଜୀବନ; ଛୁଆ ଚୋରି ଅଭିଯୋଗରେ ପିଟି ପିଟି ମାରି ଦେଲେ ଲୋକେ

jharkhand

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲାରେ ଆଜି ଘଟିଛି ଏକ ଅମାନବୀୟ ଘଟଣା। ଛୁଆ ଚୋରି କରୁଥିବା ସନ୍ଦେହରେ ଲୋକେ ୩ ଜଣଙ୍କୁ ପିଟି ପିଟି ମାରି ଦେଇଛନ୍ତି। ଆଉ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ପିଟିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନେ ହେଲେ ବିକାଶ କୁମାର ବର୍ମା, ଗୌତମ କୁମାର ବର୍ମା ଓ ଗଣଗେଶ ଗୁପ୍ତା।

ଲୋକେ ଏହି ତିନି ଜଣଙ୍କୁ ଘରୁ ଟାଣି ଆଣି ମାଡ଼ ମାରି ଥିଲେ। ପୋଲିସ୍‌ ଉପସ୍ଥିତିରେ ସେମାନଙ୍କୁ ପିଟି ପିଟି ମାରି ଦେଇଥିଲେ ଲୋକେ। ବାଧା ଦେବାରୁ ପୋଲିସ୍‌କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇଲେନି ସେମାନେ। ପୋଲିସ୍ ନିରବ ଦ୍ରଷ୍ଟା ସାଜିଲା ଓ ତିନି ଜଣଙ୍କ ଜୀବନ ଚାଲି ଗଲା।

ରାଜ୍ୟ ପୋଲିସ୍ କହିଛି ଯେ ପିଲା ଚୋରି ନେଇ ଏମିତି ଶୁଣା କଥା ବିଭିନ୍ନ ସ୍ଥାନରୁ ଆସୁଛି। ଆଉ ଏହି ଶୁଣାକଥାକୁ ନେଇ ଲୋକେ ହିଂସାକାଣ୍ଡକୁ ଓହ୍ଲାଇ ଆସୁଛନ୍ତି। ପୂର୍ବ ସିଂହଭୂମି ଭଳି ସରାୟକେଲା ଜିଲ୍ଲାରେ ମଧ୍ୟ ତିନି ଜଣ ଗୋରୁ ବ୍ୟବସାୟୀଙ୍କୁ ଲୋକେ ପିଟି ପିଟି ମାରି ଦେଇଛନ୍ତି। ସେଠାରେ ମଧ୍ୟ ପୋଲିସ୍‌ ସମ୍ମୁଖରେ ଏହି ବୀଭତ୍ସ ଘଟଣା ଘଟିଥିଲା।

ରିପୋର୍ଟ ଓ ନ୍ୟୁଜ୍-ଏନ୍‌ଡିଟିଭି

Previous ArticleNext Article

Send this to a friend