ମୁସଲିମ୍‌ଙ୍କ ସଂଖ୍ୟାଲଘୁ ପାହ୍ୟା ଶେଷ ହେଉ: ଗିରିରାଜ

giri

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ଜୋରସୋରରେ ଚାଲିଛି। ରାହୁଲ ହୁଅନ୍ତୁ ଅବା ଅଖିଲେଶ କିମ୍ବା ପ୍ରଧାନମନ୍ତ୍ରୀ ମୋଦି ନିଜ ଦଳ ସପକ୍ଷରେ ପ୍ରଚାର କରୁବା ସହ ଅନ୍ୟକୁ ଆକ୍ଷେପ କରିବାକୁ ପଛାଉନାହାନ୍ତି। ଏପରିସ୍ଥିତିରେ ବିଜେପି ନେତା ଗିରିରାଜ ସିଂହ ସଂଖ୍ୟାଲଘୁ ମୁସଲିମ୍‌ଙ୍କୁ ନେଇ ପ୍ରଶ୍ନ ଉଠାଇ ରାଜନୈତିକ ବାତାବରଣକୁ ପୁଣି ଉଷ୍ମ କରିଦେଇଛନ୍ତି। ଦେଶରେ ମୁସଲିମ୍‌ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଏତେ ହୋଇଗଲାଣି ଯେ ଏବେ ସେମାନଙ୍କୁ ସଂଖ୍ୟାଲଘୁ ପାହ୍ୟାରୁ ବାହାର କରାଯିବା ଦରକାର ବୋଲି ସିଂହ ଟ୍ୱିଟ୍‌ କରିଛନ୍ତି। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି।

ସିଂହ ତାଙ୍କ ଟ୍ୱିଟ୍‌ର ପେଜରେ ଉଲ୍ଲେଖ କରିଛନ୍ତି ସଂଖ୍ୟାଲଘୁ ପରିଭାଷାକୁ ନେଇ ଦେଶରେ ଏକ ଆଲୋଚନା ହେବା ଦରକାର। ଏହାସହ ସେ ଲେଖିଛନ୍ତି ‘ପ୍ୟୁ ରିସର୍ଚ୍ଚ ସେଣ୍ଟର’ର ରିସର୍ଚ୍ଚ ଅନୁସାରେ ୨୦୫୦ ବେଳକୁ ଭାରତ ବିଶ୍ୱର ସବୁଠାରୁ ଅଧିକ ମୁସଲିମ୍‌ ରହୁଥିବା ଦେଶରେ ପରିଣତ ହେବ।

ଏହି ଟ୍ୱିଟ୍‌ ପୂର୍ବରୁ ସିଂହ ଆଉ ଏକ ଟ୍ୱିଟ୍‌ କରି ଉଲ୍ଲେଖ କରିଛନ୍ତି,“ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ କରା ନ ଗଲେ ହିନ୍ଦୁସ୍ତାନର ଅବସ୍ଥା ଉତ୍ତର ପ୍ରଦେଶର କୈରାନା ପରି ହେବ।”  ଗତବର୍ଷ କିଛି ବିଜେପି ନେତା ଦାବି କରିଥିଲେ ଯେ ସାମ୍ପ୍ରଦାୟିକ ଉତ୍ତେଜନା ଯୋଗୁଁ କୈରାନାରେ ସଂଖ୍ୟାଗରିଷ୍ଠ ସମୁଦାୟର ବହୁ ଲୋକଙ୍କୁ ନିଜ ଘର ଛାଡି ପଳାଇବାକୁ ପଡିଥିଲା।”

Previous ArticleNext Article

Send this to a friend