ମାଡ଼ି ଆସୁଛି ସୋଲାର ଝଡ଼: ଅଧା ପୃଥିବୀରେ ଅଚଳ ହୋଇଯିବ ଇଣ୍ଟରନେଟ୍‌

ପୃଥିବୀ ଉପରକୁ ମାଡ଼ଇ ଆସୁଛି ମହାବିପତ୍ତି। ଏହି ବିପତ୍ତିଟି ହେଉଛି ସୋଲାର ଝଡ଼। ୪୮ ଘଣ୍ଟା ମଧ୍ୟରେ ଏହା ପୃଥିବୀକୁ ଧକ୍କା ଦେବ। ଏହାର ପ୍ରଭାବରେ ପୃଥିବୀର ଅଧାରୁ ଅଧିକ ଅଂଶରେ ଇଣ୍ଟରନେଟ୍‌ ସେବା ଅଚଳ ହୋଇଯିବ। ବିଶେଷ କରି ସାଟେଲାଇଟ୍‌ ଆଧାରିତ ସେବା, ଯେପରିକି ମୋବାଇଲ ସିଗନାଲ, କେବୁଲ ନେଟୱାର୍କ ଓ ଜିପିଏସ୍‌ ନେଭିଗେସନ ଆଦି ଠପ୍‌ ହୋଇଯିବ। ଏପରି ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ।

ବୈଜ୍ଞାନିକଙ୍କ ଅନୁସାରେ, ସୂର୍ଯ୍ୟରେ ଏକ Coronal hole ହେବ। ଏଥିରୁ ବହୁଳ ମାତ୍ରାରେ ଉର୍ଜା ବା ଶକ୍ତି ବାହାରିବ। ଏଥିରେ Cosmic କିରଣ ବି ରହିଥିବ। ଯାହା ପୃଥିବୀରେ Tech blackout କରିଦେବାର ଆଶଙ୍କା ସୃଷ୍ଟି କରିଛି।

solar-flare‘ଇଣ୍ଟରନ୍ୟାସନାଲ ବିଜନେସ୍‌ ଟାଇମ୍ସ’ର ରିପୋର୍ଟ ଅନୁସାରେ, ଆମେରିକା ମହାକାଶ ଗବେଷଣା ସଂସ୍ଥା ‘ନାସା’ ମଧ୍ୟ ଏହି ସୋଲାର ଝଡ଼ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ସ୍ପଷ୍ଟ କରିଛି। ‘ନାସା’ ପକ୍ଷରୁ ଏକ ଫଟୋ ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ଗ୍ୟାସ୍‌ର ଏକ ଝଡ଼ ପୃଥିବୀ ଆଡକୁ ଅଗ୍ରସର ହେଉଛି।

କୁହାଯାଉଛି, ଏହି ସୋଲାର ଝଡ଼ ପୃଥିବୀର ସୋଲାର ଡେକ୍ସର ଅଧା ଅଂଶକୁ କାଟି ଏକ ବଡ଼ ଗର୍ତ୍ତ କରିଦେବ। ଏହି ଗର୍ତ୍ତ ଜରିଆରେ ସୂର୍ଯ୍ୟରୁ ପୃଥିବୀ ମଧ୍ୟକୁ ଗରମ ପବନର ଝଡ଼ ପ୍ରବେଶ କରିବ।

National Ocean and Atmosphere Association ପକ୍ଷରୁ କୁହାଯାଇଛି, ଏହି ସୋଲାର ଝଡ଼ G-1 କ୍ୟାଟାଗୋରିର। ଅର୍ଥାତ ଏହି ଝଡ଼ ହାଲକା ହେବ। ତଥାପି ଏହାଦ୍ୱାରା ବହୁତ କ୍ଷତି ହୋଇପାରେ।

solar-flareସୂଚନାଯୋଗ୍ୟ ଯେ, ସୂର୍ଯ୍ୟ ପୃଷ୍ଠରେ ହେଉଥିବା କ୍ଷଣିକ ପରିବର୍ତ୍ତନ ଯୋଗୁଁ ସୌର ଝଡ଼ ହୋଇଥାଏ। ଏହାକୁ ୫ଟି ଶ୍ରେଣୀ G-1, G-2, G-3, G4 ଓ G5 ରେ ବିଭକ୍ତ କରାଯାଇଥାଏ। G5 ଶ୍ରେଣୀର ଝଡ଼କୁ ସବୁଠାରୁ ଅଧିକ ଭୟଙ୍କର ବିବେଚନା କରାଯାଇଥାଏ।

ବୈଜ୍ଞାନିକଙ୍କ ମତରେ G-1 ଶ୍ରେଣୀ ଝଡ଼ରେ ପାୱାର ଗ୍ରେଡ ଉପରେ ଅଧିକ ପ୍ରଭାବ ପଡ଼ିଥାଏ। Migratory Birds ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ।

ଏହି ଝଡ଼ର ଅଧିକ ପ୍ରଭାବ ଆମେରିକା ଓ ଇଂଲଣ୍ଡ ଉପରେ ପଡ଼ିବାର ଆଶଙ୍କା ରହିଛି।

Previous ArticleNext Article

Send this to a friend