ମହାକାଶରେ ଆଉ ଏକ ସୌରଜଗତର ଆବିଷ୍କାର: ଦେଖିବାକୁ ପୃଥିବୀ ଭଳି ବୋଲି କହିଲା ନାସା

skynews-nasa-kepler-space-solar_4183281

ମହାକାଶରେ ରହିଛି ଆଉ ଏକ ସୌର ଜଗତ। ପୃଥିବୀ ଭଳି ରହିଛି ଆଉ ଏକ ଗ୍ରହ। ଯାହା ପୃଥିବୀ ଭଳି ଦେଖିବାକୁ କିନ୍ତୁ ଆକାରରେ ପୃଥିବୀଠାରୁ ୩୦ ଭାଗ ବଡ଼। ଏପରି କିଛି ତଥ୍ୟ ସାମ୍ନାକୁ ଆଣିଛି ଆମେରିକୀୟ ଗବେଷଣା କେନ୍ଦ୍ର ନାସା। ମହାକାଶରେ ନୂଆ ସୌରମଣ୍ଡଳକୁ ଆବିଷ୍ମାର କରିଛି ନାସାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। କେପଲର-୯୦ ନାମକ ଏହି ନକ୍ଷତ୍ର ଚାରିପଟେ ଘୂରି ବୁଲୁଛନ୍ତି କିଛି ଗ୍ରହ। ଯାହା ପୃଥିବୀଠାରୁ ପ୍ରାୟ ୨ ହଜାର ୫୪୫ ଆଲୋକ ବର୍ଷ ଦୂରରେ ରହିଛି। ତେବେ ଏହା ଆମ ସୌର ମଣ୍ଡଳଠୁ ବହୁ ଛୋଟ ଥିବା ଆକଳନ ହୋଇଛି। ନୂତନ ଭାବେ ଆବିଷ୍କୃତ କେପଲର-୯୦ ପୃଥିବୀ ଭଳି ପଥୁରିଆ ଗ୍ରହ। କିନ୍ତୁ ଏହାର ପୃଷ୍ଠଭୂମି ପ୍ରାୟ  ୮୦୦ ଡିଗ୍ରୀ ଫାରେନ୍‌ହିଟ୍ ଉତ୍ତପ୍ତ। କେପଲର-୯୦ ନିଜ ନକ୍ଷତ୍ର ଚାରିପଟେ ୧୪ ଦିନରେ ପରିକ୍ରମା କରିଥାଏ। ଅର୍ଥାତ ପୃଥିବୀରେ ଦୁଇ ସପ୍ତାହ କେପଲରରେ ଗୋଟିଏ ବର୍ଷ ସଙ୍ଗେ ସମାନ। ନାସା ୨୦୦୯ ମସିହାରେ କେପଲର୍ ଟେଲିସ୍କୋପ ମିସନ୍ ଆରମ୍ଭ କରିଥିଲା। ଏହାଦ୍ୱାରା ମହାକାଶରେ ଦେଢ଼ ଲକ୍ଷରୁ ଅଧିକ ତାରକାଙ୍କ ସନ୍ଧାନ ମିଳି ସାରିଛି। କେବଳ ଏତିକି ନୁହେଁ, ମହାକାଶରେ ପ୍ରାୟ ୨୫୦୦ ବିଶ୍ୱକୁ ଏପର୍ଯ୍ୟନ୍ତ ଠାବ କରାଯାଇଥିବା ଜ୍ୟୋର୍ତି ବିଜ୍ଞାନୀ ମାନେ ଦାବି କରିଛନ୍ତି। ବ୍ରହ୍ମାଣ୍ଡରେ ପୃଥିବୀ ପରି ଅନେକ ଗ୍ରହ ଥିବା କଥା ବାରମ୍ବାର ଦାବି ହେଉଛି। ତେବେ ମନୁଷ୍ୟ ପକ୍ଷେ ଏସମସ୍ତ ତଥ୍ୟକୁ ପ୍ରମାଣ କରିବା ପାଇଁ ଅନବରତ ଜାରି ରହିଛି ପ୍ରୟାସ।

Previous ArticleNext Article

Send this to a friend