ରାତି ସାରା ଫୋନ୍‌ ଚାର୍ଜ କଲେ ସତରେ କ’ଣ ବ୍ୟାଟେରୀ ଖରାପ ହୋଇଥାଏ, ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଦୈନନ୍ଦିନ ଜୀବନର ଏବେ ଏକ ପ୍ରମୁଖ ଆବଶ୍ୟକତା ପାଲଟିଛି ମୋବାଇଲ। ସ୍ମାର୍ଟଫୋନ୍ ବିନା ଚଳିବା ଏବେ କଷ୍ଟକର ହୋଇଗଲାଣି। ଆଜିକାଲି ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅତି ସହଜରେ ଫୋନ୍‌ ଏବଂ ଇଣ୍ଟରନେଟ୍‌ ମାଧ୍ୟମରେ ହୋଇଯାଉଛି। ତେଣୁ ପାଖରେ ଗୋଟେ ଭଲ ସ୍ମାର୍ଟଫେନ୍‌ ରଖିବା ପାଇଁ ସମସ୍ତେ ଚାହୁଁଛନ୍ତି। ଏବେ ସ୍ମାର୍ଟଫୋନ୍‌ କିଣିବା ସମୟରେ ବିଶେଷ ଗୁରୁତ୍ୱ ଦିଆଯାଉଛି ଏହାର ବ୍ୟାଟେରି ବ୍ୟାକଅପ୍‌ ଉପରେ। ଭଲ ବ୍ୟାଟେରି ଥିବା ଫୋନ୍‌ କିଣିବା ସତ୍ୱେ ଆମେ ବେଳେବେଳେ ହଇରାଣରେ ପଡୁ। ଆବଶ୍ୟକ ସମୟରେ ଚାର୍ଜ ସରିଯିବ। ତେଣୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକିଯାଏ। ତେବେ ଏମିତି କାହିଁକି ହୁଏ ବୋଲି ଆମେ ଭିନ୍ନ ଭିନ୍ନ କଥା ଶୁଣୁ। ତାହେଲେ ଆଜି ଆସନ୍ତୁ ଦୂର କରିବା ମୋବାଇଲ୍ ବ୍ୟାଟେରି ସମ୍ପର୍କରେ ଥିବା କିଛି ଭୁଲ୍‌ ଧାରଣା।

-ରାତି ସାରା ଫୋନ୍‌ ଚାର୍ଜରେ ଲଗାଇ ରଖିବା ଦ୍ୱାରା ଫୋନ୍‌ର ବ୍ୟାଟେରୀ ଖରାପ ହୋଇଯାଏ ବୋଲି ଆମେ ଶୁଣିଛେ। ଏହା ମିଛ, ଆଜିକାଲି ଯେଉଁ ସ୍ମାର୍ଟଫୋନ୍ ଆସୁଛି ସେଥିରେ ଇଣ୍ଟରନାଲ୍‌ ସର୍କିଟ୍‌ ରହିଥାଏ। ଯାହା ଫୋନ୍‌ ୧୦୦% ଚାର୍ଜ ହୋଇଯିବା ପରେ ଫୋନ୍‌ର ପାୱରକୁ ବନ୍ଦ କରିଦିଏ।

– ଚାର୍ଜ କରିବା ସମୟରେ ଫୋନ୍‌ ବ୍ୟବହାର କଲେ ଫୋନ୍‌ ଗରମ ହୋଇ ଫାଟିଯାଏ ବୋଲି କୁହାଯାଏ। ବାସ୍ତବରେ ଏପରି କରିବା ଦ୍ୱାରା ଫୋନ୍‌ର ହାର୍ଡୱେର ଓ ସଫ୍ଟୱେର ଉପରେ ପ୍ରଭାବ ପଡିଥାଏ। ତେଣୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ ଏପରି ନକରିବାକୁ।

-କୁହାଯାଏ ଫୋନ୍‌ରେ ଅଧିକ ଆପ୍ ରହିଲେ ଫୋନ୍‌ ଚାର୍ଜ ଶୀଘ୍ର ସରିଯାଏ। ଏହା ମିଛ। ଯଦି ଆପଣ ଆପ୍‌ର ବ୍ୟବହାର କରିବେ ନାହିଁ ତେବେ ଚାର୍ଜ ସରିବାର ପ୍ରଶ୍ନ ଉଠୁନାହିଁ।

-3G ଅପେକ୍ଷା 4Gବ୍ୟବହାର କଲେ ଅଧିକ ଚାର୍ଜ ସରେ ବୋଲି କୁହାଯାଏ। କିନ୍ତୁ ସତ ହେଉଛି, ସିମ୍‌ ଯାହା ହେଉନା କାହିଁକି ଏହାର ପ୍ରଭାବ ଫୋନ୍‌ ବ୍ୟାଟେରୀ ଉପରେ କିଛିବି ପ୍ରଭାବ ପକାଇ ନଥାଏ।

-ଲାପ୍‌ଟପ୍‌ରେ ଚାର୍ଜ କଲେ ବ୍ୟାଟେରୀ ଶୀଘ୍ର ଖରାପ ହୋଇଯାଏ ବୋଲି କୁହାଯାଏ। ବାସ୍ତବରେ ତଫାତ ଏତିକି ଥାଏ ଯେ, ଚାର୍ଜର ଅପେକ୍ଷା ଲାପ୍‌ଟପ୍‌ରେ ଚାର୍ଜ ଟିକେ ସ୍ଲୋ ହୁଏ।

-ବ୍ଲୁଟୁଥ୍‌ ଏବଂ ଜିପିଏସ୍‌ ବନ୍ଦ ରିଖିଲେ ବ୍ୟାଟେରୀ କମ୍‌ ସରେ ବୋଲି କୁହାଯାଏ।  କିନ୍ତୁ ସେମିତି କିଛି ହୋଇ ନଥାଏ। ବ୍ଲୁଟୁଥ୍‌ ଏବଂ ଜିପିଏସ୍‌ ବନ୍ଦ ରିଖିବା ଉଚିତ, କାରଣ ଏହାଦ୍ୱାରା ଡାଟା ହ୍ୟାକ ହୋଇ ନଥାଏ।

Previous ArticleNext Article

Send this to a friend