ରାମ ରହିମଙ୍କ ଯୌନକ୍ଷୁଧାରୁ ବର୍ତ୍ତି ନଥିଲେ ଧରମ ଝିଅ

ram-rahim

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦୁଇଜଣ ଅନୁଗତ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ସିବିଆଇ କୋର୍ଟ ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଶୁଣାଇଛନ୍ତି। ହେଲେ କେବଳ ଏହି ଦୁଇ ମହିଳାଙ୍କ ସହ ରାମ ରହିମଙ୍କର ଶାରୀରିକ ସମ୍ପର୍କ ନଥିଲା। ଯାଞ୍ଚ ବେଳେ ଏପରି ୧୫ଟି ଘଟଣା ସିବିଆଇ ଆଗକୁ ଆସିଥିଲା, ଯେଉଁଥିରେ ମହିଳାମାନେ ରାମ ରହିମଙ୍କ ପାପର ଶିକାର ହୋଇଥିଲେ। ହେଲେ ସିବିଆଇ ଏହି ମହିଳାମାନଙ୍କ କୌଣସି ଖୋଜ ଖବର ପାଇ ନଥିଲା। ବାବା କେବଳ ନିଜ ଅନୁଗତ ମହିଳା ଭକ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖୁ ନଥିଲେ। ନିଜ ଧରମ ଝିଅକୁ ମଧ୍ୟ ଛାଡି ନଥିଲେ। ନିଜ ଧରମ ଝିଅ ହନୀପ୍ରିତ ଇସାଂଙ୍କ ସହ ରାମ ରହିମଙ୍କ ଅବୈଦ୍ଧ ସମ୍ପର୍କ ଥିଲା। ଏପରି ଅଭିଯୋଗ ହନୀପ୍ରିତଙ୍କ ପତି ବିଶ୍ୱାସ ଗୁପ୍ତା ଆଣିଥିଲେ।

୨୦୧୧ରେ ବିଶ୍ୱାସ ଗୁପ୍ତା ଇଣ୍ଡିଆ ଟିଭିକୁ ଏକ ସାକ୍ଷାତକାର ଦେଇ ଏହି ଅଭିଯୋଗ ଆଣିଥିଲେ। ସେ କହିଥିଲେ, ୨୦୧୧ର ଗୋଟିଏ ରାତିରେ ଯେତେବେଳେ ସେ ଡେରାରେ ଥିବା ରାମ ରହିମଙ୍କ ଗୁମ୍ଫା ଆଡକୁ ଯାଇଥିଲେ ବାବାଙ୍କ ରୁମ୍‌ର କବାଟ ବନ୍ଦ ହୋଇ ନଥିଲା। ସେ କବାଟ ଦେଇ ଭିତରକୁ ଚାହିଁବା ପରେ ଯାହା ଦେଖିଥିଲେ ସେଥିରେ ତାଙ୍କ ଗୋଡ ତଳୁ ମାଟି ଖସି ଯାଇଥିଲା। ବାବା ନିଜ ପତ୍ନୀ ଓ ହନୀପ୍ରିତଙ୍କ ସହ ଅସଙ୍ଗତ ଅବସ୍ଥାରେ ଥିଲେ।

ସେ ଆହୁରି କହିଥିଲେ, ୧୯୯୯ରେ ରାମ ରହିମ ହନୀପ୍ରିତଙ୍କ ସହ ତାଙ୍କର ବିବାହ କରାଇଥିଲେ। ଯଦି ସେ ହନୀପ୍ରିତଙ୍କୁ ନିଜର ଧରମ ଝିଅ ମାନୁଥିଲେ ତେବେ ମୋତେ କାହିଁକି ତାଙ୍କଠାରୁ ଦୂରେଇ ରଖୁଥିଲେ। ଯେତେବେଳେ କୌଣସି ହୋଟେଲକୁ ଯାଉଥିଲୁ ମୋ ପାଇଁ ଅଲଗା ରୁମ୍‌ ନିଆଯାଉଥିଲା ଓ ମୋ ପତ୍ନୀ ବାବାଙ୍କ ସହ ଗୋଟିଏ ରୁମ୍‌ରେ ରହୁଥିଲେ।

ବିଶ୍ୱାସ ଗୁପ୍ତା ଏନେଇ ପଞ୍ଜାବ-ହରିୟାଣା ହାଇକୋର୍ଟରେ ମାମଲା ରୁଜୁ କରି ରାମ ରହିମଙ୍କ କବଳରୁ ପତ୍ନୀଙ୍କୁ ଉଦ୍ଧାର କରିବାକୁ ଆବେଦନ କରିଥିଲେ। ଏହାର ଶୁଣାଣି କରି କୋର୍ଟ ହରିୟାଣା ଡିଜିପିଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

Previous ArticleNext Article

Send this to a friend