ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡ଼ିତ

sonalibendre

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡ଼ିତ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ କରି ଏହା ଜଣାଇଛନ୍ତି। ଏବେ ସେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି।

ସୋନାଲି ଲେଖିଛନ୍ତି ଯେ ନିକଟରେ ପରୀକ୍ଷାରୁ ତାଙ୍କୁ ହାଇଗ୍ରେଡ୍ କ୍ୟାନସର ହୋଇଥିବା ଜଣାପଡ଼ିଥିଲା। ମାତ୍ରାଧିକ ଯନ୍ତ୍ରଣା ହେବାରୁ ଏହି ଟେଷ୍ଟ କରାଯାଇଥିଲା। କିନ୍ତୁ ଟେଷ୍ଟ ରିପୋର୍ଟ ଏମିତି ଆସିବ ବୋଲି କେବେ ଆଶା ନଥିଲା। ଏଭଳି ସମୟରେ ତାଙ୍କ ପରିବାର ଲୋକେ ଓ ବନ୍ଧୁବାନ୍ଧବ ତାଙ୍କୁ ସାହସ ଦେଉଛନ୍ତି। ଏଥିପାଇଁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ ଆହୁରି ଲେଖିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନ୍ୟୁୟର୍କରେ ତାଙ୍କର ଚିକିତ୍ସା ଚାଲିଛି। ସେ ଆଶାବାଦୀ ଅଛନ୍ତି ଯେ ସେ ଭଲ ହୋଇଯିବେ। ସେ ଲଢ଼ିବା ପାଇଁ ବି ପ୍ରସ୍ତୁତ ଅଛନ୍ତି ବୋଲି ଲେଖିଛନ୍ତି।

ବହୁ ବର୍ଷ ହେଲାଣି ସୋନାଲି ବଲିଉଡ୍‌ରୁ ଦୂରେଇ ରହିଛନ୍ତି। ରିୟଲିଟି ଶୋରେ ତାଙ୍କୁ ଦେଖିବାକୁ ମିଳୁଥିଲା। ୧୯୯୪ରେ ‘ଆଗ୍’ ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ପାଦ ରଖିଥିଲେ। ସେ ପ୍ରାୟ ସବୁ ବଡ଼ ଷ୍ଟାରଙ୍କ ସହ କାମ କରିଛନ୍ତି। ‘ହମ୍ ସାଥ୍ ସାଥ୍ ହୈ’ ଓ ‘ସରଫୋରସ୍’ ଭଳି ଫିଲ୍ମରେ ସେ କାମ କରିଛନ୍ତି। ଶାହାରୁଖଙ୍କ ଫିଲ୍ମ ‘କଲ ହୋ ନା ହୋ’ରେ ମଧ୍ୟ ଅଭିନୟ କରିଥିଲେ। ସେ ପ୍ରାୟ ୫୦ ବଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି।

ହିନ୍ଦୀ ବ୍ୟତୀତ ସେ ତାମିଲ, ତେଲଗୁ, ମରାଠୀ ଓ କନ୍ନଡ଼ ଫିଲ୍ମରେ ବି କାମ କରିଛନ୍ତି। ୧୯୭୫ ମସିହା ଜାନୁଆରୀ ୧ ତାରିଖରେ ସେ ମୁମ୍ବାଇରେ ଜନ୍ମ ହୋଇଥିଲେ।

ସୋସିଆଲ୍ ମିଡିଆରେ ସୋନାଲି ଭାରି ଆକ୍ଟିଭ ରହନ୍ତି। ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ୧୦ ଲକ୍ଷ ଫଲୋୟର ଅଛନ୍ତି।

ସୋନାଲି କ’ଣ ଟ୍ୱିଟ୍ କରିଛନ୍ତି ପଢ଼ନ୍ତୁ-

kkk

ବଲିଉଡ୍‌ ଅଭିନେତା ଇରଫାନ୍ ଖାନ ମଧ୍ୟ କ୍ୟାନସରରେ ପୀଡ଼ିତ ହୋଇଛନ୍ତି। ସେ ବି ବିଦେଶରେ ଚିକିତ୍ସିତ ହେଉଛନ୍ତି।

Previous ArticleNext Article

Leave a Reply

Send this to a friend