ସୋନାଲିଙ୍କୁ ପ୍ରଥମେ ଭେଟିବାକୁ ନ୍ୟୁୟର୍କ ଗଲେ ବଲିଉଡ୍‌ର ଏହି ଅଭିନେତା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ହାଇଗ୍ରେଡ୍‌ କ୍ୟାନସର୍‌ ହୋଇଛି। ଏ ବିଷୟରେ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସୋନାଲି ବର୍ତ୍ତମାନ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି।

ସୋନାଲିଙ୍କ ଅସୁସ୍ଥତା ବିଷୟରେ ଶୁଣି ପ୍ରଥମେ ବଲିଉଡ୍‌ ଅଭିନେତା ଅ‍କ୍ଷୟ କୁମାର ଯାଇ ତାଙ୍କ ପାଖରେ ପହଞ୍ଚିଥିଲେ। ଦୁହେଁ ‘ୱାନ୍ସ୍‌ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ ଦୋବାରା’ ଫିଲ୍ମରେ ଏକାଠି କାମ କରିଥିଲେ। ସୋନାଲିଙ୍କ ବିଷୟରେ ଜଣାପଡ଼ିବା ସେ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ ଓ ତାଙ୍କ ସାହସ ବଢ଼ାଇଥିଲେ। ଅକ୍ଷୟ କହିଛନ୍ତି,’ମୁଁ ଜାଣିଛି ସୋନାଲି ଜଣେ ଯୋଦ୍ଧା। ଈଶ୍ୱର ତାଙ୍କୁ ଭଲ କରିବାରେ ସାହାଯ୍ୟ କରିବେ।”

ସୋନାଲିଙ୍କୁ କ୍ୟାନସର୍‌ ହୋଇଛି ଓ ଏହା ଏବେ ମେଟାସ୍ଟେସାଇଜ ହୋଇଗଲାଣି। ସୋନାଲି ବର୍ତ୍ତମାନ ଆମେରିକାର ନ୍ୟୁୟର୍କରେ ଅଛନ୍ତି। ସ୍ଲୋନ୍ କ୍ୟାଟରିଂ କ୍ୟାନସର୍ ସେଣ୍ଟରରେ ତାଙ୍କର ଚିକିତ୍ସା ଚାଲିଛି। ସେଠାରେ ତାଙ୍କ ସହ ତାଙ୍କ ସ୍ୱାମୀ ଗୋଲ୍ଡି ବେହଲ ଓ ପୁଅ ରଣଭୀର ବେହଲ ଅଛନ୍ତି। ସୋନାଲି ୨୦୦୨ ମସିହାରେ ବାହା ହୋଇଥିଲେ ଓ ତାଙ୍କ ପୁଅ ରଣଭୀର ୨୦୦୫ରେ ଜନ୍ମ ହୋଇଥିଲେ।

 

କ୍ୟାନ୍‌ସର ମେଟାସ୍ଟେସାଇଜ୍‌ଡ ଷ୍ଟେଟ୍ କ’ଣ?

କ୍ୟାନସର ଅର୍ଥାତ୍‌ କୋଶିକାଗୁଡ଼ିକ ଅନିୟନ୍ତ୍ରିତ ରୂପରେ ବଢ଼ିବାକୁ ଲାଗିବା। ଯେଉଁ ଜାଗାରେ ପ୍ରଥମେ କ୍ୟାନସର ବିକଶିତ ହୁଏ ତାହାକୁ ପ୍ରାଇମେରି ସ୍ପଟ୍ କୁହାଯାଏ। କ୍ୟାନସରର କୋଶିକାଗୁଡ଼ିକ ଭାଙ୍ଗି ଯାଇ ପ୍ରାଇମେରି ସ୍ପଟରୁ ବାହାରି ଯେତେବେଳେ ଶରୀରର ଅନ୍ୟଭାଗକୁ ଚାଲି ଯାଆନ୍ତି ତାହାକୁ ମେଟାସ୍ଟେଟିକ୍ ଟ୍ୟୁମର କୁହାଯାଏ। ଅଭିନେତା ଇରଫାନ୍‌ ଖାନ୍‌ ମଧ୍ୟ କ୍ୟାନସରରେ ପୀଡ଼ିତ ହୋଇଛନ୍ତି। ବିଦେଶରେ ତାଙ୍କ ଚିକିତ୍ସା ଚାଲିଛି।

ସୋନାଲି କ’ଣ ଟ୍ୱିଟ୍‌ କରିଥିଲେ?

ସୋନାଲି ତାଙ୍କ ଟ୍ୱିଟର ପେଜ୍‌ରେ ଲେଖିଛନ୍ତି ଯେ ନିକଟରେ ପରୀକ୍ଷାରୁ ତାଙ୍କୁ ହାଇଗ୍ରେଡ୍ କ୍ୟାନସର ହୋଇଥିବା ଜଣାପଡ଼ିଥିଲା। ମାତ୍ରାଧିକ ଯନ୍ତ୍ରଣା ହେବାରୁ ଏହି ଟେଷ୍ଟ୍‌ କରାଯାଇଥିଲା। କିନ୍ତୁ ଟେଷ୍ଟ୍‌ ରିପୋର୍ଟ ଏମିତି ଆସିବ ବୋଲି କେବେ ଆଶା ନଥିଲା। ଏଭଳି ସମୟରେ ତାଙ୍କ ପରିବାର ଲୋକେ ଓ ବନ୍ଧୁବାନ୍ଧବ ତାଙ୍କୁ ସାହସ ଦେଉଛନ୍ତି। ଏଥିପାଇଁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ ଆହୁରି ଲେଖିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନ୍ୟୁୟର୍କରେ ତାଙ୍କର ଚିକିତ୍ସା ଚାଲିଛି। ସେ ଆଶାବାଦୀ ଅଛନ୍ତି ଯେ ସେ ଭଲ ହୋଇଯିବେ। ସେ ଲଢ଼ିବା ପାଇଁ ବି ପ୍ରସ୍ତୁତ ଅଛନ୍ତି ବୋଲି ଲେଖିଛନ୍ତି।

Previous ArticleNext Article

Leave a Reply

Send this to a friend