ପୁଅକୁ ପ୍ରଶଂସା, କହିଲେ ‘ତୁମେ ମୋ ବସ୍‌’

nnn

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋର ବସ୍। ମୋ କାର୍ଯ୍ୟକାଳ ଭିତରେ ଯେପରି କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ କାମ କରୁଥିଲେ, ମୁଁ ଆଶା କରୁଛି ରାହୁଲଙ୍କ କାର୍ଯ୍ୟକାଳରେ ମଧ୍ୟ ସେପରି କାମ  କରିବେ।  କଂଗ୍ରେସ ସଂସଦୀୟ ଦଳ ବୈଠକରେ ଦଳୀୟ ଏମ୍‌ପିଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏହି  ଅବସରରେ ସୋନିଆ ରାହୁଲଙ୍କ କାର୍ଯ୍ୟ ଶୈଳୀକୁ ନେଇ ମଧ୍ୟ ପ୍ରଶଂସା କରିଛନ୍ତି।

ବୈଠକରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସୋନିଆ। କହିଛନ୍ତି, ମୋଦି ସରକାରଙ୍କୁ  ୪ବର୍ଷ ପୂରିଥିଲେ ମଧ୍ୟ ଏବେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ବିଗିଡ଼ି ଯାଇଛି। ଯାହାର ପ୍ରଭାବ ନ୍ୟାୟପାଳିକା, ଗଣମାଧ୍ୟମ ଏବଂ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି।

ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ଲୋକଙ୍କ ମନ ବଦଳିଛି। ଯାହାର ପ୍ରତିଫଳନ ଗୁଜରାଟ ଏବଂ ରାଜସ୍ଥାନ ଉପନିର୍ବାଚନରେ ଦେଖିବାକୁ ମିଳିଛି। ମୁଁ ଆଶା କରୁଛି କର୍ଣ୍ଣାଟକ ନିର୍ବାଚନରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ।

 

 

 

 

 

 

 

 

 

 

 

Previous ArticleNext Article

Send this to a friend