ସୋନୁଙ୍କୁ ଲଣ୍ଡା କଲେ ୧୦ଲକ୍ଷ ପୁରସ୍କାର: ଫତୁଆକୁ ଚ୍ୟାଲେଞ୍ଜ କଲେ କଣ୍ଠଶିଳ୍ପୀ

sonu-nigam

ମୁମ୍ବାଇ: ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ବିବାଦୀୟ ଟ୍ୱିଟ୍‌ ‘ଅଜାନ୍‌’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଯାହାକୁ ନେଇ ପଶ୍ଚିମବଙ୍ଗ ସଂଖ୍ୟାଲଘୁ ସଂଯୁକ୍ତ ପରିଷଦର ଉପ ସଭାପତି ସାୟଦ୍‌ ସା କ୍ୱାଦେରି ଫତୁଆ ଜାରି କରିଛନ୍ତି। ସେ କହିଛନ୍ତି ଯେ ସୋନୁ ନିଗମଙ୍କୁ ଯିଏ ଲଣ୍ଡା କରିବ ଓ ପୁରୁଣା ଜୋତାର ମାଳ ପିନ୍ଧାଇବ ତାଙ୍କୁ ୧୦ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଏହା ଉପରେ ଟ୍ୱିଟ୍‌ ମାଧ୍ୟମରେ ଜବାବ ରଖିଛନ୍ତି ସୋନୁ। ସେ କହିଛନ୍ତି ଯେ ଦିନ ୨ଟା ସମୟରେ ଅଲିମ୍‌ ଆସି ତାଙ୍କ ମୁଣ୍ଡ ଲଣ୍ଡା କରିବ, ତେଣୁ ୧୦ଲକ୍ଷ ଟଙ୍କା ଯୋଗାଡ କରି ରଖିବାକୁ କ୍ୱାଦେରିଙ୍କୁ କହିଛନ୍ତି। ଏହି ସମୟରେ ମିଡିଆ ମଧ୍ୟ ଏହି ପ୍ରୋଗ୍ରାମ ସୁଟିଂ କରିବା ପାଇଁ ତାଙ୍କ ଘରକୁ ଆସିପାରିବେ ବୋଲି ସୋନୁ କହିଛନ୍ତି।

ଏହାପୂର୍ବରୁ ସୋନୁ ନିଗମ ଟ୍ୱିଟ୍‌ କରି କହିଥିଲେ ଯେ ସବୁଦିନ ସକାଳୁ ସକାଳୁ ମସ୍‌ଜିଦ୍‌ରେ ଲାଉଡ୍‌ସ୍ପିକର ମାଧ୍ୟମରେ ଅଜାନ ଶୁଣିବାକୁ ମିଳୁଛି ଯାହାଦ୍ୱାରା ତାଙ୍କ ନିଦ ଭାଙ୍ଗିଯାଉଛି। ଏହି କଥାକୁ ନେଇ ସେ ବିବାଦୀୟ ହୋଇପଡିଥିଲେ। କ୍ୱାଦେରି ଫତୁଆ ଜାରି କରିବା ସହ କହିଥିଲେ ଯେ ସୋନୁନିଗମ ଧର୍ମନିରପକ୍ଷ ଦେଶର ସମ୍ବିଧାନକୁ ଆପମାନିତ କରିଛନ୍ତି ତେଣୁ ତାଙ୍କୁ ଦେଶରୁ ବାହର କରିଦେବା ଆବଶ୍ୟକ। ସୋନୁ ନିଗମକୁ ଦେଶଦ୍ରୋହୀ କହିବା ସହ ସମାଲୋଚନା କରିଥିଲେ। ଏହାକୁ ନେଇ ତାଙ୍କ ଉପରେ ଧାର୍ମିକ ଗୁଣ୍ଡାଗର୍ଦି କରାଯାଉଥିବା ସୋନୁ  ନିଗମ ଅଭିଯୋଗ କରିଥିଲେ ।

SHARE THIS

RELATED ARTICLES

LEAVE COMMENT