ଲଣ୍ଡା ହେଲେ ସୋନୁ: କହିଲେ ମୁଁ ନୁହେଁ ମୁସଲମାନ ବିରୋଧୀ

sonunigam_1492595078_725x725

ମୁମ୍ବାଇ: କଥା ରଖିଲେ ସୋନୁ ନିଗମ। ଲଣ୍ଡା ହୋଇ କହିଲେ ମୁଁ ମୁସଲମାନ ବିରୋଧୀ ନୁହେଁ। ଟ୍ୱିଟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ଘେରକୁ ଆସିଥିବା କଣ୍ଠଶିଳ୍ପୀ ସୋନୁ ନିଗମ ଏବେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଅଜାନ୍‌ ଟ୍ୱିଟ୍‌କୁ ନେଇ ବିବାଦୀୟ ହୋଇ ପଡିଥିଲେ ସୋନୁ। ଏହାପରେ ପଶ୍ଚିମବଙ୍ଗ ସଂଖ୍ୟାଲଘୁ ସଂଯୁକ୍ତ ପରିଷଦର ଉପ ସଭାପତି ସାୟଦ୍‌ ସା କ୍ୱାଦେରି ଫତୁଆ ଜାରି କରିଥିଲେ। ସେ କହିଥିଲେ ଯେ ସୋନୁ ନିଗମଙ୍କୁ ଯିଏ ଲଣ୍ଡା କରିବ ଓ ପୁରୁଣା ଜୋତାର ମାଳ ପିନ୍ଧାଇବ ତାଙ୍କୁ ୧୦ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।

ଏହା ଉପରେ ଟ୍ୱିଟ୍‌ ମାଧ୍ୟମରେ ଜବାବ ରଖିଥିଲେ ସୋନୁ। କହିଥିଲେ ଦିନ ୨ଟା ସମୟରେ ସେ ଲଣ୍ଡା ହେବେ ବୋଲି, ତେଣୁ ୧୦ଲକ୍ଷ ଟଙ୍କା ଯୋଗାଡ କରି ରଖିବାକୁ କାଦିର୍‌ଙ୍କୁ କହିଥିଲେ।ଏହି ସମୟରେ ମିଡିଆ ମଧ୍ୟ ଏହି ପ୍ରୋଗ୍ରାମ ସୁଟିଂ କରିବା ପାଇଁ ତାଙ୍କ ଘରକୁ ଆସିପାରିବେ ବୋଲି ସୋନୁ କହିଥିଲେ। ଠିକ୍‌ ସେୟା ହିଁ  ହେଲା, ସୋନୁ ଲଣ୍ଡା ହେଲେ, ତାହା ପୁଣି ଲାଇଭ୍‌।

Previous ArticleNext Article

Send this to a friend