ଟ୍ରେନ୍‌ରେ ସିଟ୍ ପାଇଁ ଯାତ୍ରୀଙ୍କ ସହ ଝଗଡ଼ା କଲେ ଗାଙ୍ଗୁଲି

ganguly

କୋଲକାତା: ପଶ୍ଚିମବଙ୍ଗର ବାଲୁରଘାଟରେ ଗତ ଶନିବାର ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ନିଜେ ଗାଙ୍ଗୁଲି ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ନିଜ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପାଇଁ ସେ କୋଲକାତାରୁ ମାଲଦା ପର୍ଯ୍ୟନ୍ତ ଟ୍ରେନ୍‌ରେ ଯାତ୍ରା କରିଥିଲେ। ୧୬ ବର୍ଷ ପରେ ସେ ଟ୍ରେନ୍‌ରେ ଯାତ୍ରା କରିଥିଲେ। ତେବେ ଦୀର୍ଘ ବର୍ଷ ପରେ ଟ୍ରେନ୍‌ ଯାତ୍ରାର ଅନୁଭୂତି ତାଙ୍କ ପାଇଁ ସୁଖଦ ନ ଥିଲା। ଟ୍ରେନ୍‌ରେ ଯିବା ବେଳେ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏସି ଫାଷ୍ଟ୍‌ କ୍ଲାସ୍ ବଗିର ଯେଉଁ ସିଟ୍‌ଟି ଗାଙ୍ଗୁଲି ବୁକ୍ କରିଥିଲେ ସେଠାରେ ଆଉ ଜଣେ ବ୍ୟକ୍ତି ବସିଥିଲେ। ଗାଙ୍ଗୁଲି ତାଙ୍କୁ ସିଟ୍ ଛାଡ଼ିବାକୁ କହିଥିଲେ। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ସିଟ୍ ଛାଡ଼ିବା ପରିବର୍ତ୍ତେ ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ସେଠାରେ ଭିଡ଼ ଜମିଥିଲା। ଏହା ପରେ ଗାଙ୍ଗୁଲି ରାଗି ଯାଇ ଟ୍ରେନ୍‌ରୁ ଓହ୍ଲାଇ ଯାଇଥିଲେ। ତେବେ ପରେ ରେଳ କର୍ତ୍ତୃପକ୍ଷ ତାଙ୍କୁ ଆଉ ଏକ ସିଟ୍ ଦେଇଥିଲେ। ବୈଷୟିକ ତ୍ରୁଟି ଯୋଗୁଁ ଗାଙ୍ଗୁଲିଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Previous ArticleNext Article