ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଏମିତି କ’ଣ କହିଲେ ସୁବ୍ରମଣ୍ୟମ୍‌ ସ୍ୱାମୀ, ପଢନ୍ତୁ

subra

ମୁମ୍ବାଇ:ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପ୍ରଶ୍ନ ଉଠାଇଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୁବ୍ରମଣ୍ୟମ କହିଛନ୍ତି ଯେ, ଶ୍ରୀଦେବୀ କେବେ ହାର୍ଡ ଡ୍ରିଙ୍କ(ମଦ)କରନ୍ତି ନାହିଁ। ତାଙ୍କ ଶରୀରରେ ଏତେ ମାତ୍ରାରେ ଆଲକହଲ ଆସିଲା କେମିତି। ତାଙ୍କ ମୃତ୍ୟୁ ପଛରେ ଏକ ଷଡ଼ଯନ୍ତ୍ର ରହିଛି। ଷଡ଼ଯନ୍ତ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି।

ଶ୍ରୀଦେବୀଙ୍କ ମୃତ୍ୟୁ କାରଣ ଏବେ ବି ରହସ୍ୟାବୃତ ହୋଇ ରହିଛି। ପ୍ରଥମେ ଖବର ଆସିଥିଲା ତାଙ୍କର ମୃତ୍ୟୁ ହୃଦ୍‌ଘାତ ଜନିତ ହୋଇଥିଲା। କିନ୍ତୁ ଫରେନ୍‌ସିକ୍‌ ତଦନ୍ତରୁ ତାଙ୍କ ମୃତ୍ୟୁ ବାଥ୍‌ ଟବ୍‌ରେ ବୁଡିଯିବା କାରଣରୁ ହୋଇଥିବା କୁହାଯାଇଥିଲା। କିନ୍ତୁ ଏ ସବୁ ଉପରେ ଏବେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପ୍ରଶ୍ନ ଉଠାଇଇଛନ୍ତି। କହିଛନ୍ତି, ଗଣମାଧ୍ୟମରେ ପ୍ରସାରିତ ଖବରରେ କିଛି ସତ୍ୟତା ନାହିଁ। କାରଣ ସେ ବିଅର ଛଡା ଅଧିକ କିଛି ପିଅନ୍ତି ନାହିଁ। ଏହା ଏକ ଷଡ଼ଜନ୍ତ୍ରଜନିତ ହତ୍ୟାକାଣ୍ଡ ବୋଲି ସେ କହିଛନ୍ତି ସେ। ଏହାଛଡା ରାଜ୍ୟ ସଭା ସାଂସଦ ଅମର ସିଂହ କହିଛନ୍ତି, ସେ ବେଳେ ବେଳେ ପିଅନ୍ତି । କିନ୍ତୁ ସେ ଦୈନିକ ମଦ ପିଉ ନ ଥିଲେ। ଏହା ସହ ଫରେନ୍‌ସିକ୍‌ ରିପୋର୍ଟ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

Previous ArticleNext Article

Send this to a friend