ସରକାରଙ୍କ ହାତରୁ ଖସିଲା ଡିଜିପି ନିଯୁକ୍ତି: କେମିତି ପୂରଣ ହେବ ପଦ ପଢ଼ନ୍ତୁ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦେଶର ପୋଲିସ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଉ ମନଇଛା ପୋଲିସ୍ ଡିଜି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର। ଏଣିକି ଡିଜିପି ବାଛିବ UPSC। ଡିଜିପି ନିଯୁକ୍ତି ନେଇ ରାଜ୍ୟ ସରକାର ବରିଷ୍ଠତା ଭିତ୍ତିରେ ଯୋଗ୍ୟ ଅଫିସରଙ୍କ ନାଁ UPSCକୁ ପଠାଇବେ। UPSC ଏହି ତାଲିକାରୁ ୩ ଜଣଙ୍କ ନାଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ। ତେବେ ରାଜ୍ୟ ସରକାରଙ୍କ ପାଖରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଡିଜିପି ନିଯୁକ୍ତ କରିବାର କ୍ଷମତା ରହିବ। ତେବେ ଡିଜିପି ହେବାକୁ ଥିବା ଅଧିକାରୀଙ୍କର ପର୍ଯ୍ୟାପ୍ତ ଚାକିରି ଅବଧି ମଧ୍ୟ ଥିବା ଦରକାର। ଡିଜିପି ନିଯୁକ୍ତି କ୍ଷେତ୍ରରେ ରାଜ୍ୟଗୁଡିକର ପୋଲିସ ଆଇନ ଓ ନିୟମ ମାନ୍ୟ ହେବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ତେବେ ଯେଉଁ ରାଜ୍ୟମାନେ ପୋଲିସ ଆଇନରେ ସଂଶୋଧନ କରିସାରିଛନ୍ତି ସେମାନେ କୋର୍ଟଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ ଲାଗି ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟମାନେ କାମଚଳା ଡିଜିପି ନିଯୁକ୍ତି ଦେବା ଉପରେ କୋର୍ଟ ଅଂକୁଶ ଲଗାଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପୂର୍ବତନ ପୋଲିସ ପ୍ରଶାସକ ସ୍ୱାଗତ କରିଛନ୍ତି। ଏହା ଦ୍ୱାରା ରାଜ୍ୟ ସରକାରମାନେ ଆଉ ଜିଡିପିଙ୍କୁ ରିମୋର୍ଟ କଣ୍ଟ୍ରୋଲରେ ନିୟନ୍ତ୍ରଣ କରିପାରିବେ ନାହିଁ ବୋଲି ପୂର୍ବତନ ପୋଲିସ ଡିଜି ବିପିନ୍ ବିହାରୀ ମିଶ୍ର ମତ ଦେଇଛନ୍ତି। ସେହିପରି ରାଜନୈତିକ ଦଳମାନେ ମଧ୍ୟ ସୁପ୍ରିମକୋର୍ଟଙ୍କ ପଦକ୍ଷେପକୁ ସ୍ୱାଗତ ଜଣାଛନ୍ତି।

ଡିଜିପି ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ନିଜକୁ ସୁହାଇଲା ଭଳି ବ୍ୟକ୍ତିଙ୍କୁ ନିଯକ୍ତି ଦେବାର ନଜିର ରହିଛି। ଏପରିକି ବରିଷ୍ଠତା ଓ ଅଭିଜ୍ଞତା ଭଳି ଗାଇଡ଼ଲାଇନ୍‌କୁ ଫୁ କରି ରାଜ୍ୟ ସରକାର ଜୁନିୟର ଅଫିସରଙ୍କୁ ଡିଜିପି ନିଯୁକ୍ତି ଦେବାକୁ ନେଇ ଅନେକ ସମୟରେ ପ୍ରଶ୍ନ ଠିଆହୋଇଛି।

Previous ArticleNext Article

Send this to a friend