ରାତାରାତି ଗାଏବ ହୋଇଗଲା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି: ଦଳିତଙ୍କ ଲଙ୍କାକାଣ୍ଡ

gujarat

ରାଜକୋଟ: ଗୁଜରାଟ ରାଜକୋଟର ରାଜନଗର ଛକରେ ଅଚାନକ ଆମ୍ବେଦକଙ୍କର ଦୁଇଟି ପ୍ରତିମୂର୍ତ୍ତି ଗାଏବ ହେବା ଘଟଣାରେ କ୍ରୋଧ ପ୍ରକାଶ କରିଛି ଦଳିତ ସମାଜ। ଏହାର ବିରୋଧର ସେମାନେ ରାସ୍ତା ଅବରୋଧ କରିବା ସହିତ ଜଳାପୋଡ଼ା କରିଛନ୍ତି। ବିକ୍ଷୋଭକାରୀମାନେ ପୋଲିସ୍‌ ଉପସ୍ଥିତିରେ ରାସ୍ତାରେ ଟାୟାର ଜାଳିବା ସହିତ ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିଛନ୍ତି।

ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ରାଜକୋଟ ପୌରପାଳିକା। ବିନା ଅନୁମତିରେ ପ୍ରତିମୂର୍ତ୍ତି ରଖାଯାଇଥିବା ଯୋଗୁଁ ବିଳମ୍ବିତ ରାତିରେ ଏହାକୁ ହଟାଇ ଦିଆଯାଇଥିବା ପୌରପାଳିକା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପ୍ରତିମୂର୍ତ୍ତି ପୁନଃସ୍ଥାପନ ନେଇ ଦଳିତ ସମାଜର ଦାବି ପରେ ଆଜି ରାତିରେ ଦୁଇଟି ଯାକ ପ୍ରତିମୂର୍ତ୍ତି ଫେରାଇ ଦିଆଯିବ ବୋଲି ପୌରପାଳିକା କମିଶନର ବାଞ୍ଛାନିଧୀ ପାନେ କହିଛନ୍ତି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ସେହି ସ୍ଥାନରେ ୨ରୁ ୪ ଦିନ ରଖିଲା ପରେ ଆଉ ଏକ ସ୍ଥାନ ସ୍ଥିର କରି ପ୍ରତିମୂର୍ତ୍ତିକୁ ଉକ୍ତ ସ୍ଥାନକୁ ସ୍ଥାନାନ୍ତର କରାଯିବା ନେଇ ଦଳିତ ସମାଜ ଓ ପୌରପାଳିକା ମଧ୍ୟରେ ବୁଝାମଣା ହୋଇଥିବା କମିଶନର କହିଛନ୍ତି।

Previous ArticleNext Article

Send this to a friend