ଚୀନକୁ ଭାରତ ଘେରିବ ଏମିତି: ନୌସେନା କଲା କୂଟନୀତି, ବାୟୁସେନା କଲା ରଣନୀତି

army-1

ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଟର):ବାରମ୍ବାର ଯୁଦ୍ଧ  ଧମକ ଦେଉଥିବା ଚୀନକୁ ମାତ ଦେବା ପାଇଁ ଭାରତର ନୂଆ ରଣକୌଶଳ। ଏଥିପାଇଁ ଭାରତ ଉଭୟ ରଣନୀତି ଏବଂ କୂଟନୈତିକ ଯୋଜନା ଆରମ୍ଭ କରିଛି।  ନୂଆ ରଣନୀତି ଅନୁଯାୟୀ ଚୀନର ବିରୋଧୀ ଗୋଷ୍ଠୀଙ୍କ ସହ ହାତ ମିଳାଇବ ଭାରତ। ଏଥର ଭାରତ ମହାସାଗରରେ ଚୀନର ଶକ୍ତିକୁ ପରାହତ କରିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ହେଉଛି। ବିଶେଷ କରି ଜଳପଥରେ ଚୀନକୁ  ଘେରିବା ପାଇଁ ଭାରତୀୟ ନୌସେନା ସଜବାଜ ହେଉଛି।  ଏଥିପାଇଁ ମିଶନ ‘ସମ୍ବନ୍ଧ’ ଆରମ୍ଭ ହେବ। ଏଥିପାଇଁ ବାଂଲାଦେଶ, ଥାଇଲାଣ୍ଡ, କେନିଆ, ଓମାନ, ମାଲେସିଆ, ଭିଏତନାମ ସହ ହାତ ମିଳାଇଛି ଭାରତ।

ଏସବୁ ଦେଶ ସହ ମିଶି ଭାରତୀୟ ସେନା ଭାରତ ମାହାସାଗରରେ ସମରାଭ୍ୟାସ କରିବ। ନୌସେନା ପକ୍ଷରୁ ଏହି ସମରାଭ୍ୟାସ କରଯାଉଥିବା ବେଳେ ଏଥିରେ ୧୦ରୁ ଊର୍ଦ୍ଧ୍ୱ ଦେଶ ଅଂଶଗ୍ରହଣ କରିବେ। ଏହି ଅଭିଯାନରେ ଭାରତର ଆଇଏନଏସ୍‌ ବିକ୍ରମାଦିତ୍ୟ, ଆଇଏନଏସ୍‌ କାବେରୀ ଭଳି ଯୁଦ୍ଧ ଜାହାଜ ସାମିଲ ହେବେ। ଅନ୍ୟପଟେ  ଭାରତୀୟ ବାୟୁସେନା ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନେଇଛି। ପୂର୍ବରେ ଶକ୍ତି ମଜଭୁତ ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତି ଚଳାଇଛି । ଏହି ପରିପ୍ରେକ୍ଷୀରେ ପାନଗଡ଼ରେ ଅର୍ଜନ ସିଂ ଯୁଦ୍ଧ ବିମାନ ଘାଟିରେ  ୬ଟି C-130J super Hercules ଯୁଦ୍ଧ ବିମାନକୁ ମୁତୟନ କରାଯାଇଛି। ପଶ୍ଚିବଙ୍ଗଠାରୁ ୧୫୦ କିମି ଦୂରରେ ରହିଛି ପାନଗଡ଼। ସୂଚନାଯୋଗ୍ୟ ଯେ, ସିକିମର ଡୋକଲାମ ସ୍ଥିତିକୁ ନେଇ ଚୀନ ବାରମ୍ବାର ଯୁଦ୍ଧ ଧମକ ଦେଇ ଆସୁଛି।

Previous ArticleNext Article

Send this to a friend