ପରୀକ୍ଷାରେ ପ୍ରେମ କବିତା ଲେଖି ୧୦ ଜଣ ଛାତ୍ର ନିଲମ୍ବିତ

collage

କୋଲକାତା: କଲେଜ ପରୀକ୍ଷାରେ ପ୍ରେମ କବିତା ଲେଖି ପଶ୍ଚିମବଙ୍ଗର ୧୦ଜଣ ଛାତ୍ର ନିଲମ୍ବନ ଘଟଣା ଏବେ ଚର୍ଚ୍ଚାରେ। ଗୌରବଙ୍ଗା ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ବାଲଗୁରଘାଟ୍‌ ଲ’ କଲେଜରେ ଏହି ଘଟଣା ଘଟିଛି। ତୃତୀୟ ସେମିଷ୍ଟାର ଦେଉଥିବା ଏହି ପରୀକ୍ଷାର୍ଥୀମାନେ ଉତ୍ତର ଖାତାରେ ଉତ୍ତର ଲେଖିବା ବଦଳରେ ବେଙ୍ଗଲୀ, ହିନ୍ଦୀ ଫିଲ୍ମ ଗୀତ ସହ ପ୍ରେମ କବିତା ଲେଖିଥିବା ଜଣାପଡିଛି। ଏହି ୧୦ ଜଣ ଛାତ୍ରଙ୍କୁ ୨ବର୍ଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ଏହି କଲେଜରେ ୧୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମାତ୍ର ୪୦ ଜଣ କୃତକାର୍ଯ୍ୟ ହୋଇଛନ୍ତି।

Previous ArticleNext Article

Send this to a friend