ସାଂଘାତିକ୍‌ ସେଲ୍‌ଫି:ଆତ୍ମହତ୍ୟାର ଆକ୍ସନ୍‌ କରୁ କରୁ ଖସିଗଲା ପାଦ

suicide-hanging

ହେବ୍ରି(କର୍ଣ୍ଣାଟକ): ସେଲ୍‌ଫି ସୌକ। ଏବେ ନିଶାଠାରୁ ଆହୁରି ଭୟଙ୍କର ହୋଇଛି ଏହି ସେଲ୍‌ଫି। ଏହି ସେଲଫିକୁ ନେଇ ସୋସିଆଲ ମିଡିଆରେ ନିଜକୁ ହିରୋଗିରି ଦେଖେଇବା ଯୁବପିଢୀଙ୍କୁ  ପାଗଳ କରିଛି । ହେଲେ ଆକ୍ସନମୁଡ୍‌ରେ ସେଲଫି ପାଇଁ କେତେ ଯେ  ଅଘଟଣ ଘଟୁଛି ତା’ର ହିସାବ ନାହିଁ।  ଏମିତି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକର ଉଡ଼ୁପି ଜିଲ୍ଲାର ହେବ୍ରି ଅଞ୍ଚଳରୁ ଆସିଛି।

ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମର ଆକ୍ସନ କରି ସେଲ୍‌ଫି ନେଉଥିବା ବେଳେ ଫସି ଯାଇଛି। ତେବେ ଯୁବକ ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ଏବେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣକ ଏକ ଷ୍ଟୁଲ୍‌ରେ ଛିଡ଼ା ହୋଇ ନିଜ ବେକକୁ ଦଉଡ଼ି ବାନ୍ଧି ଉପରେ ଟାଙ୍ଗି ହୋଇ ସେଲଫି ନେଉଥିବା ବେଳେ ଷ୍ଟୁଲଟି ପାଦ ତଳୁ ଖସିଯାଇଥିଲା। ଫଳରେ ଯୁବକ ଜଣକ ଓହଳି ପଡ଼ି ଛଟପଟ ହୋଇଥିଲେ। ଚିତ୍କାର ଶୁଣି ଯୁବକର ସାଙ୍ଗ ଦଉଡ଼ି ଆସି ତାକୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲା। ସ୍ଥାନୀୟ ପୋଲିସ ଖବର ପାଇ ଘଟଣାର ତଦନ୍ତ କରୁଛି।

(ସୌଜନ୍ୟ ଟାଇମ୍‌ସ୍‌ ଅଫ ଇଣ୍ଡିଆ)

Previous ArticleNext Article

Send this to a friend