ଏସ୍‌ସି/ଏସ୍‌ଟି ଆକ୍ଟ ସଂଶୋଧନ ମାମଲା: ଶୁଣାଣି ପାଇଁ ରାଜି ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏସ୍‌ସି/ଏସଟି ଆକ୍ଟର ପୁର୍ନବିଚାର ପାଇଁ ତୁରନ୍ତ ଶୁଣାଣି ହେବ। କେନ୍ଦ୍ର ସରକାର କରିଥିବା ଆବେଦନରେ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ। ସବୋର୍ଚ୍ଚ ଅଦାଲତଙ୍କ ରାୟକୁ ପୁଣି ଥରେ ବିଚାର କରିବା ପାଇଁ କେନ୍ଦ୍ର ଆବେଦନ କରିଥିଲେ। ଯାହାକୁ ଗ୍ରହଣ କରିଛନ୍ତି କୋର୍ଟ। ସୁପ୍ରିମକୋର୍ଟରେ ଜଷ୍ଟିସ୍ ଗୋଏଲଙ୍କ ବେଞ୍ଚରେ  ଆବେଦନର ଶୁଣାଣି ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଲ ପକ୍ଷ ରଖିଥିଲେ। ସାରା ଦେଶରୁ ଏହାକୁ ବିରୋଧ କରାଯାଇଥିବା କୋର୍ଟଙ୍କ ନିକଟରେ ଦର୍ଶାଇଥିଲା କେନ୍ଦ୍ର। କୋର୍ଟ ଏହା ଉପରେ ଆସନ୍ତା ୩ ତାରିଖରେ ଶୁଣାଣି କରିବେ।

ଏସସି/ଏସଟି ଆକ୍ଟକୁ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହା ଅନୁସାରେ କୌଣସି ବ୍ୟକ୍ତି ଏସସି/ଏସଟି ଆକ୍ଟରେ ତୁରନ୍ତ ଗିରଫ ହେବେ ନାହିଁ। ଅଭିଯୋଗର ତର୍ଜମା କରିବା ସହ ଅଭିଯୁକ୍ତଙ୍କୁ ୭ ଦିନର ସମୟ ଦିଆଯିବ ବୋଲି କୋର୍ଟ କହିଥିଲେ।  କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଏପ୍ରିଲ ୨ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ଦେଶର ବିଭିନ୍ନ ରାଜ୍ୟରେ ବିଶୃଙ୍ଖଳା ଘଟଣା ସମ୍ନାକୁ ଆସିଥିଲା।

Previous ArticleNext Article

Send this to a friend