ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ସମ୍ପର୍କରେ ଜଷ୍ଟିସ ଚେଲମେଶ୍ୱର କ’ଣ କହିଲେ ପଢନ୍ତୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଜଷ୍ଟିସ ଚେଲମେଶ୍ୱର କହିଛନ୍ତି, ଏହା ସମସ୍ୟାର ସମାଧାନ ନୁହେଁ ।  ମହାଭିଯୋଗ ବଦଳରେ ବ୍ୟବସ୍ଥାରେ  ସ୍ୱଚ୍ଛତା ଅଣାଯିବା ଉଚିତ।   ଅନ୍ୟ ୩ ବରିଷ୍ଠ ବିଚାରପତିଙ୍କ ସହିତ ଜାନୁଆରୀ ୧୨ ତାରିଖରେ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ କରିବା ଠିକ୍ ନିଷ୍ପତ୍ତି ଥିଲା ଏବଂ ବ୍ୟବସ୍ଥାରେ ସୁଧାର ପାଇଁ ଏପରି କରିବା ଛଡ଼ା ଅନ୍ୟ ବାଟ ନ ଥିଲା।   ସାମ୍ବାଦିକ ସମ୍ମିଳନୀରେ ଥିବା  ଜଷ୍ଟିସ ଗୋଗୋଇଙ୍କୁ ପ୍ରଧାନ ବିଚାରପତି କରାଯିବ କି ନାହିଁ ବୋଲି ପ୍ରଶ୍ନ ହେବାରୁ ଜଷ୍ଟିସ ଚେଲମେଶ୍ୱର କହିଛନ୍ତି, ସେ ଆଶା କରୁଛନ୍ତି ଜଷ୍ଟିସ ଗୋଗୋଇଙ୍କୁ ଏହି ପଦ ମିଳିବ।   ଆଉ ଯଦି ନ ମିଳେ, ତେବେ ସାମ୍ବାଦିକ ସମ୍ମିଳନୀରେ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା,  ତାହା ସତ ପ୍ରମାଣିତ ହେବ ବୋଲି ଜଷ୍ଟିସ ଚେଲମେଶ୍ୱର କହିଛନ୍ତି ।  ଜାନୁଆରୀ ୧୨ ତାରିଖରେ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ପ୍ରଧାନ ବିଚାରପତିଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ଗଣତନ୍ତ୍ର ପାଇଁ ବିପଦ ଅଛି ବୋଲି କହିଥିଲେ ।

Previous ArticleNext Article

Send this to a friend