ଛାଡ଼ପତ୍ର ମାମଲାରେ ହେବ ଭିଡିଓ କନଫରେସିଂ, ତଳ କୋର୍ଟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

supremecourt

ନୂଆଦିଲ୍ଲୀ: ବିଚରାଧୀନ କଏଦୀ ଏବଂ ଛାଡ଼ପତ୍ର ମାମମଲାରେ ଭିଡିଓ କନଫରେସିଂ ପାଇଁ ତଳକୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରମିକୋର୍ଟ। ଅନେକ ସମୟରେର ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇ ବିବାହ ବିଚ୍ଛେଦ ହୋଇଯାଇଥିବ।  ଉଭୟେ ଉଭୟଙ୍କ ଠାରୁ ବହୁ ଦୂରରେ ରହୁଥିବେ। ଏବଂ ସେମାନଙ୍କ ମାମଲା କୋର୍ଟରେ ଚାଲୁଥିବ ହେଲେ ବିଭିନ୍ନ କାରଣରୁ ପୀଡ଼ିତ କୋର୍ଟରେ ହାଜର ହୋଇପାରୁ ନଥିବେ ସେ କ୍ଷେତ୍ରରେ ଏଭଳି ଭିଡିଓ କନଫରେସିଂ କରିବାକୁ  କୋର୍ଟ ନିର୍ଦେଶ ଦେଇଛନ୍ତି।  ଏନେଇ ମହିଳାମାନଙ୍କ ଆବେଦନକୁ ଅଧିକ ଗୁରୁତ୍ୱ  ଦେବାକୁ କୋର୍ଟ କହିଛନ୍ତି।

ଜଷ୍ଟିସ ଏକେ ଗୁଏଲ ଏବଂ ୟୁ.ୟୁ. ଲଲିତଙ୍କ  ଖଣ୍ଡପୀଠରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ମଧ୍ୟପ୍ରେଦଶ ଜବଲପୁରର  ଜଣେ ମହିଳା ୩ ବର୍ଷ ତେଳ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ମହିଳା ଜଣକର ଏକ ଶିଣୁ କନ୍ୟା ଅଛନ୍ତି।  ଶିଶୁ କନ୍ୟା  ସହ ମହିଳା ଜଣକ ହାଇଦ୍ରାବାଦରେ ରହୁଛନ୍ତି। ତେଣୁ ମାମଲାକୁ  ହାଇଦ୍ରାବାଦ ସ୍ଥାନାନ୍ତର ପାଇଁ ସେ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ଭାରତରେ ବହୁ ମାମଲା ଫଇସଲା ହୋଇ ନ ପାରି ବହୁ ଦିନ ଧରି କୋର୍ଟରେ ଗଡ଼ୁଛି।  ଅଦ୍ୟାବଧି ପ୍ରାୟ ୨୮ ନିୟୁତ ମାମଲା ବିଚରାଧୀନ ରହିଛି। ତେଣୁ ଏହ ବୋଝ ହ୍ରାସ କରିବା ପାଇଁ କୋର୍ଟ ଏଭଳି ପଦେକ୍ଷପ ନେଇଛନ୍ତି।

SHARE THIS

RELATED ARTICLES

LEAVE COMMENT