ହସ୍ତକ୍ଷେପକୁ ସୁପ୍ରିମକୋର୍ଟଙ୍କ ନା: କହିଲେ ଆପୋଷ ବୁଝାମଣାରେ ଅଯୋଧ୍ୟା ବିବାଦର ସମାଧାନ କର

SC

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦ ଧର୍ମ ଓ ଆସ୍ଥା ସହିତ ଜଡିତ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ତେଣୁ ପରସ୍ପର ସହ କଥାବାର୍ତ୍ତା କରି ଏହି ସମସ୍ୟାର ସମାଧାନ କରାଯିବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ମାମଲାର ତୁରନ୍ତ ଶୁଣାଣି କରିବାକୁ ବିଜେପି ନେତା ସୁବ୍ରମଣିୟନ୍‌ ସ୍ୱାମୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଜେ.ଏସ୍‌. ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚରେ ଏହାର ଶୁଣାଣି ହୋଇଥିଲା। ଜଷ୍ଟିସ୍‌ ଖେହର କହିଛନ୍ତ,“ଯଦି ଉଭୟ ପକ୍ଷ ଚାହିଁବେ ତେବେ କଥାବାର୍ତ୍ତା ବେଳେ ସେ ମଧ୍ୟସ୍ଥି ଭାବେ ଉପସ୍ଥିତ ରହିବାକୁ ପ୍ରସ୍ତୁତ ଅଛନ୍ତି। ଯଦି ଦରକାର ପଡେ ତେବେ ସମାଧାନ ଲାଗି ଜଣେ ପ୍ରମୁଖ ମଧ୍ୟସ୍ଥିଙ୍କୁ ଅଦାଲତ ଚୟନ କରିପାରିବେ।”

୨୦୧୦ରେ ଆହ୍ଲାବାଦ ହାଇକୋର୍ଟଙ୍କ ୩ ଜଣିଆ ଲକ୍ଷ୍ନୌ ବେଞ୍ଚ ଏହି ମାମଲାର ବିଚାର କରି କହିଥିଲେ,“ଭଗବାନ ରାମ ଅସ୍ଥାୟୀ ମନ୍ଦିରର ଗର୍ଭଗୃହରେ ଜନ୍ମ ନେଇଥିଲେ। ଏଠାରେ ହିନ୍ଦୁଙ୍କ ପୂଜା କରିବା ଅଧିକାର ରହିଛି।” ଏହି ରାୟକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ଯାହାର ବିଚାର କରି ସୁପ୍ରିମ୍‌କୋର୍ଟ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲଗାଇଥିଲେ।

Previous ArticleNext Article

Send this to a friend