ଲଭ ଜିହାଦ୍ ମାମଲା: ସୁପ୍ରିମକୋର୍ଟ କହିଲେ- ହାଦିଆ ଏବଂ ସଫିନ୍‌ ପତିପତ୍ନୀ ପରି ରହିବେ

Hadiya

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କେରଳ ଲଭ ଜିହାଦ୍ ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି, ହାଦିଆ ଏବଂ ସଫିନ୍‌ଙ୍କ ବିବାହକୁ କାଏମ ରଖିଛନ୍ତି। ପୂର୍ବରୁ କେରଳ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି କୋର୍ଟ। ହାଦିଆ ଏବଂ ସଫିନ୍ ଉଭୟ ପତି ପତ୍ନୀ ଭଳି ରହିବେ। ଏହାସହ ହାଦିଆଙ୍କ ସମସ୍ତ ସର୍ତ୍ତକୁ ପୂରଣ କରାଯିବ। ଉଚ୍ଚ ଶିକ୍ଷା ଏବଂ ଅନ୍ୟାନ୍ୟ ଦାବି ତାଙ୍କ ଇଚ୍ଛା ଅନୁସାରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ହାଦିଆଙ୍କ ବିବାହକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ତାଙ୍କ ବାପା। ହାଦିଆଙ୍କୁ ଜୋରଜବରଦସ୍ତ ବିବାହ ପରେ ଧର୍ମ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ସ୍ୱୀକାର କରିଥିଲେ କେରଳ ହାଇକୋର୍ଟ। ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହାଦିଆଙ୍କ ସ୍ୱାମୀ ସଫିନ୍।

Previous ArticleNext Article

Send this to a friend