କାଶ୍ମୀର ଆଇଜି ଭାବେ ଦାୟିତ୍ୱ ନେଲେ ଓଡ଼ଆ ପୁଅ ସ୍ୱୟଂ ପ୍ରକାଶ, ଆତଙ୍କବାଦୀ  ନିପାତ ମୁଖ୍ୟ ଲକ୍ଷ୍ୟ

2018_2$largeimg212_Feb_2018_134018867

ନୂଆଦିଲ୍ଲୀ: କାଶ୍ମୀର ଆଇଜି ଭାବେ ଦାୟିତ୍ୱ ନେଲେ ଓଡ଼ଆ ପୁଅ।  ଓଡ଼ଆ ଆଇପିଏସ  ଅଧିକାରୀ ସ୍ୱୟଂ ପ୍ରକାଶ ପାଣି ଗତକାଲି କାଶ୍ମୀରର ପୋଲିସ ଇନ୍ସପେକ୍ଟର  ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁନୀର୍ ଖାନଙ୍କ ସ୍ଥାନ ନେଇଛନ୍ତି ସ୍ୱୟଂ ପ୍ରକାଶ। ୨୦୦୦ ବ୍ୟାଚ୍‌ ଜାମ୍ମୁ କାଶ୍ମୀର କ୍ୟାଡରର ଏହି ଆଇଇପିଏସ  ଅଧିକାରୀଙ୍କ ପୂର୍ବରୁ ଏନ୍ଆଇଏ ଓ ଗୁଇନ୍ଦା ବିଭାଗରେ କାମ କରିବାର  ବହୁ ଅଭିଜ୍ଞତା ରହିଛି। ସେ ଦକ୍ଷିଣ କାଶ୍ମୀରର ଡିଆଇଜି ଥିବାବେଳେ  ଆତଙ୍କବାଦୀଙ୍କ ବିରୋଧରେ ସଂଖ୍ୟାଧିକ ଏନକାଉଣ୍ଟର ଚଳାଇଥିଲେ।   ଯେଉଁଥିରେ ବହୁସଂଖ୍ୟାରେ ଆତଙ୍କବାଦୀ କମାଣ୍ଡରଙ୍କୁ ନିପାତ କରାଯାଇଥିଲା  ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ  କ୍ୟାବିନେଟ୍ ବୈଠକରେ ସ୍ୱୟଂ ପ୍ରକାଶ ପାଣିଙ୍କ ନାଁରେ ମୋହର ବାଜିଥିଲା।  ପୂର୍ବରୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଏବଂ ଗୁଇନ୍ଦା ବିଭାଗ(ଆଇବି)ରେ ଦକ୍ଷତାର ସହ ନିଜ ପାରଦର୍ଶିତା ଦେଖାଇଛନ୍ତି ସ୍ୱୟଂପ୍ରକାଶ।

 

Previous ArticleNext Article

Send this to a friend