ରାତ୍ରିଭୋଜନ ବେଳେ ୧୪୦ ସୈନ୍ୟଙ୍କୁ ହତ୍ୟା କଲା ତାଲିବାନ

attack

ନୂଆଦିଲ୍ଲୀ: ଆଫଗାନ ସୈନ୍ୟଙ୍କ ଉପରେ ତାଲିବାନର ଆକ୍ରମଣ। ଶୁକ୍ରବାର ତାଲିବାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ଆଫଗାନିସ୍ତାନର ୧୪୦ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି।  ଆଫଗାନର ମଜର-ଇ-ସରିଫରେ ଥିବା ଆର୍ମି ବେସ୍‌ ଉପରେ ଏହି ଆକ୍ରମଣ ହୋଇଛି। ତାଲିବାନୀ ପୋଷାକଧାରୀ ୧୦ରୁ ଊର୍ଧ ଆତଙ୍କବାଦୀ ଆସି ଆକ୍ରମଣ କରିଥିଲେ

ସୈନ୍ୟମାନେ ଡିନର କରୁଥିବା ବେଳେ ଆତଙ୍କବାଦୀମାନ ଆକ୍ରମଣ କରିଥିବା ଆମେରିକା ସୈନ୍ୟଙ୍କ ପକ୍ଷରୁ କୁହାଯାଛି। ଆତଙ୍କବାଦୀମାନ ଗ୍ରେନେଡ, ରକେଟ ସହ ରାଇଫଲରେ ଗୁଳି ଚଳାଇଥିଲେ।  ଏହି ଘଟଣାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି କଡ଼ା ନିନ୍ଦା କରିଛନ୍ତି। 

Previous ArticleNext Article

Send this to a friend