ଅଶାନ୍ତ ତାମିଲନାଡ଼ୁ: କାବେରୀ ମ୍ୟାନେଜମେଣ୍ଟ ବୋର୍ଡ ଗଠନ ନହେଲେ ଆଇପିଏଲ ମ୍ୟାଚ୍ କରାଇ ନଦେବାକୁ ଧମକ

ଚେନ୍ନାଇ: କାବେରୀ ମ୍ୟାନେଜମେଣ୍ଟ ବୋଡର୍ର୍ ଗଠନ ପ୍ରସଙ୍ଗରେ ତାମିଲନାଡ଼ୁ  ବନ୍ଦ।  ଡିଏମକେ ସମେତ ତାମିଲନାଡୁର ପ୍ରମୁଖ ବିରୋଧୀ ଦଳ  ରାଜ୍ୟରେ ଏହି ବନ୍ଦ ଡାକରା ଦେଇଛନ୍ତି । କଂଗ୍ରେସ, ସିପିଆଇ ଏବଂ  ସିପିଆଇଏମ୍ ପ୍ରମୁଖ ବନ୍ଦକୁ ସମର୍ଥନ ଜଣାଇଛନ୍ତି।  ଫଳରେ  ରାଜ୍ୟରେ ଯାନବାହାନ ଚଳାଚଳ ସମେତ ଦୋକାନ ବଜାର ବନ୍ଦ  ରହିଛି।  ପଡୋଶୀ କର୍ଣ୍ଣାଟକରୁ କୌଣସି ଯାନବାହାନକୁ ରାଜ୍ୟ  ଭିତରକୁ ପ୍ରବେଶ କରେଇ ଦିଆଯାଉ ନାହିଁ ।

ଶହ ଶହ ସଂଖ୍ୟାରେ  ଲୋକେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ କାବେରୀ ମ୍ୟାନେଜମେଣ୍ଟ ବୋର୍ଡ  ଗଠନ ହୋଇ ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଛି ବିରୋଧୀ   ବିରୋଧୀ । ଡିଏମକେ ସହ ଆନ୍ଦୋଳନରେ ସାମିଲ ହୋଇଛନ୍ତି କଂଗ୍ରେସ  ଅନ୍ୟ ସ୍ଥାନୀୟ ଦଳ।   ତାମିଲନାଡୁ ସମେତ ପୁଡ଼ୁଚେରୀରେ ମଧ୍ୟ  ଦେଖିବାକୁ ମିଳିଛି ବନ୍ଦ ର ପ୍ରଭାବ।   କାବେରୀ ଜଳ ବିବାଦକୁ କେନ୍ଦ୍ର  ସରକାର ସମାଧାନ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି  ଆମରଣ ଅନଶନ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ  କରିଛନ୍ତି ଆନ୍ଦୋଳନକାରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ବିରୋଧରେ ଏକାଠି ହୋଇଛନ୍ତି ଚାଷୀ, ବ୍ୟବସାୟୀ, ଛାତ୍ର,  ଆଇନଜୀବୀ ଏବଂ ସିନେ ନିର୍ମାତା ସଂଗଠନ।   ଗତ ଫେବ୍ରୁଆରୀ  ୧୬ରେ ସୁପ୍ରିମକୋର୍ଟ କାବେରୀ ଜଳ ବଣ୍ଟନ ବିବାଦ ନେଇ କାବେରୀ  ମ୍ୟାନେଡମେଣ୍ଟ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।   ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଗଠନ ହୋଇ ନ ଥିବାରୁ ଏହାର  ପ୍ରତିବାଦରେ ତାମିଲନାଡୁରେ ଦେଖିବାକୁ ମିଳିଛି ।

ଏହାର ପ୍ରତିବାଦ  କେନ୍ଦ୍ର ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଆଣିଛନ୍ତି  ଡିଏମକେ ସହ ବନ୍ଦକୁ ସମର୍ଥନ କରୁଥିବା ଅନ୍ୟ ବିରୋଧୀ ଦଳ।  କାବେରୀ ମ୍ୟାନେଡମେଣ୍ଟ ବୋର୍ଡ CMB ଗଠନରେ ବିଳମ୍ବକୁ  ନେଇ ସରକାରୀ ଦଳ AIADMK ଉପରେ ଦୋଷ ଲଦିଛି ବିରୋଧୀ  ଡିଏମକେ ।  CMB ଗଠନ ନେଇ କେନ୍ଦ୍ର ଉପରେ ଚାପ ପକାଇବାରେ  ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି ଦଳ।    କାବେରୀ ମ୍ୟାନେଜମେଣ୍ଟ ବୋର୍ଡ ଗଠନ ନହେଲେ ତାମିନଲନାଡୁରେ  ଆଇପିଏଲର କୌଣସି ମ୍ୟାଚ ଆୟୋଜନ କରିବାକୁ ଦିଆଯିବ ନାହିଁ  କହିଛି TVK ଦଳ ।

Previous ArticleNext Article

Send this to a friend