ମହଙ୍ଗା ପଡ଼ିଲା ଅଭିଯୋଗ: ଚାକିରିରୁ ତଡ଼ା ଖାଇଲେ ତେଜ୍‌ ବାହାଦୂର

big-1

ନୂଆଦିଲ୍ଲୀ: ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଥିବା ଅଭିଯୋଗ ଆଣିଥିବା ଯବାନ ତେଜ୍‌ ବାହାଦୁରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଶେଷରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବିଏସଏଫ ପକ୍ଷରୁ କନଷ୍ଟେବଳ ରେଙ୍କର ତେଜ୍‌ବାହାଦୁରଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁଯାୟୀ କିଛି ମାସ ତଳେ ତେଜ ବାହାଦୁର ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ସୋସିଆଲ ମିଡିଆରେ ଅଭିଯୋଗ ଆଣିଥିଲେ। ତାଙ୍କୁ ଦିଆଯାଇଥିବା ରାଇସ୍‌, ଡାଲି ଏବଂ ରୁଟିର ଭିଡିଓ ଉଠାଇ ନିଜ ଫେସ ବୁକ୍‌ ଆକାଉଣ୍ଟରେ ସେୟାର କରିଥିଲେ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିଲା। ପରେ ଏହି ଘଟଣାର ତଦନ୍ତ ପାଇଁ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ ଗୃହ ମନ୍ତ୍ରଣାଳୟ ଏବଂ ବିଏସଏଫକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ତଦନ୍ତ ବେଳେ ଯବାନ ଜଣଙ୍କ ମିଛ ଅଭିଯୋଗ ଆଣିଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଥିବା ବିଏସଏଫ ପକ୍ଷରୁ କୁହାଯାଇଛି।

Previous ArticleNext Article

Send this to a friend