୨୬ରେ ଏସବୁ ସ୍ଥାନରେ ଆକାଶମାର୍ଗରୁ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ : ସତର୍କକଲା  ଗୋଇନ୍ଦା

india

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଦିନ ଆକାଶମାର୍ଗରୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା। ଗୁଇନ୍ଦା ଖବର ଅନୁସାରେ ଡ୍ରୋନ ଓ ବିମାନରୁ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି।  ତେଣୁ ଦିଲ୍ଲୀ ସମେତ ପଡ଼ୋଶୀ ରାଜ୍ୟକୁ ସତର୍କ ରହିବାକୁ ଗୃହ ମନ୍ତ୍ରାଳୟ ପୋଲିସ ପ୍ରମୁଖ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସତର୍କ କରିଛନ୍ତି। ଏସବୁ ରାଜ୍ୟଗୁଡ଼ିକ ହେଲା ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ  ହିମାଚଳ ପ୍ରଦେଶ। ଗୃହ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁଠି ବି ଛୋଟ ଛୋଟ ବିମାନ ଅବତରଣ ପାଇଁ ସ୍ଥାନ ଅଛି ସେସବୁର ସୁରକ୍ଷା କଡ଼ାକଡ଼ି କରାଯାଉ।

ଏପରିକି ରାଷ୍ଟ୍ରପତି ଭବନରୁ ୩୦୦ କିଲୋମିଟର ଭିତରେ ଆକାଶ ମାର୍ଗରେ କୌଣସି ବିମାନ ଯେପରି ଦେଖା ନ ଦିଅନ୍ତି ସେଥିପାଇଁ ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଜାନୁଆରି ୧୮ ରୁ ଜାନୁଆରି ୨୬ ପର୍ଯ୍ୟନ୍ତ ସମସ୍ତ ଘରୋଇ ବିମାନ ଚଳାଚଳ ଉପରେ କଟକଣା ଜାରିକରିଛି। ମୁଖ୍ୟତଃ ଗଣତନ୍ତ୍ର ଦିବସ ଅବସରରେ  ଲଢ଼ୁଆ ବିମାନ ଗୁଡ଼ିକ  ଅଭ୍ୟାସ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

Previous ArticleNext Article

Send this to a friend