ଆଉ ୫ ବର୍ଷ ମଧ୍ୟରେ ଦେଶରୁ ଶେଷ ହୋଇଯିବ ଆତଙ୍କବାଦ ଓ ନକ୍ସଲବାଦ ସମସ୍ୟା

rajanath

ନୂଆଦିଲ୍ଲୀ: ସାରା ଦେଶରେ ୨୦୨୨ ମସିହା ମଧ୍ୟରେ ଆତଙ୍କବାଦ, ନକ୍ସଲବାଦ, ବାମପନ୍ଥୀ ଉଗ୍ରବାଦ ଓ କାଶ୍ମୀର ସମସ୍ୟାର ସମାଧାନ ହୋଇଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଲୋକଙ୍କୁ ବିଶ୍ୱାସ ଦେଇଛନ୍ତି।  ୨୦୧୭ରୁ ୨୦୨୨ ନୂତନ ଭାରତ ନିର୍ମାଣ କାର୍ଯ୍ୟକ୍ରମ ଅବସରରେ ଭାରତକୁ ସ୍ୱଚ୍ଛ, ଗରିବୀ ମୁକ୍ତ , ଦୁର୍ନୀତି ମୁକ୍ତ, ଆତଙ୍କବାଦ ମୁକ୍ତ , ସଂପ୍ରଦାୟିକତା ମୁକ୍ତ ଓ ଜାତିବାଦ ମୁକ୍ତ ଭାରତ ନିର୍ମାଣ କରିବା ପାଇଁ ରାଜନାଥ ଶପଥ କରାଇଥିଲେ।

ଗୃହମନ୍ତ୍ରୀ କହିଥିଲେ,“ମହାତ୍ମା ଗାନ୍ଧି ସ୍ୱଚ୍ଛତାର ମହତ୍ତ୍ୱକୁ ଜାଣି ପାରି ଏହାକୁ ଏକ ଅଭିଯାନର ରୂପ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରାଇଛନ୍ତି। ବିଜେପି ସରକାର କୌଣସି ରାଜନୀତି କରୁ ନାହିଁ। ଦେଶ ନିର୍ମାଣ ଓ ବିକାଶକୁ ଦଳ ଜୋର ଦେଉଛି।”

 

 

 

 

 

 

Previous ArticleNext Article

Send this to a friend