ତାଜ୍‌ ଷ୍ଟାଇଲରେ ଆତଙ୍କବାଦୀଙ୍କ ଆକ୍ରମଣ : ହୋଟେଲରେ ରାତିସାରା ଫାୟାରିଂ, ୫ ମୃତ୍ୟୁ

afganistan

ନୂଆଦିଲ୍ଲୀ: ଆଫଗାନିସ୍ତାନ ରାଜଧାନୀ କାବୁଲର ଇଣ୍ଟରକଣ୍ଟିନେଣ୍ଟାଲ ହୋଟଲରେ ଆତଙ୍କବାଦୀ ଆକ୍ରମଣ।   ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ୩ ଜଣ ଆତଙ୍କବାଦୀ ହୋଟେଲ୍ ଭିତରେ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ। ପ୍ରାୟ ୧୧ ଘଣ୍ଟାର ଅପରେସନ୍ ପରେ ୧୫୦ରୁ ଅଧିକ ଅତିଥିଙ୍କୁ ହୋଟେଲରୁ ସୁରକ୍ଷିତ ଭାବେ ବାହାର କରିଛି ଆଫଗାନ୍ ସ୍ପେଶାଲ ସ୍କ୍ୱାର୍ଡ଼  ଗତକାଲି ରାତିରେ ଇଣ୍ଟରକଣ୍ଟିନାଲ ହୋଟେଲକୁ ପଶିଥିଲେ ୩ ଜଣ ବନ୍ଧୁକଧାରୀ ଆତଙ୍କବାଦୀ। ଗତକାଲି ରାତି ୯ଟାରେ ସୁରକ୍ଷା ବଳୟକୁ ଭେଦ କରି ହୋଟେଲ ଭିତରକୁ ପଶିଥିଲେ ଆତଙ୍କବାଦୀ । ଏହାପୂର୍ବରୁ ହୋଟେଲର ମୁଖ୍ୟ ଗେଟ୍‌ରେ ଥିବା ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିଲେ।  ହୋଟେଲରେ ଚାଲିଥିଲା ଆଇଟି କନ୍‌ଫରେନ୍ସ। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କୁ ନେଇ ହେଉଥିଲା ବୈଠକ।  ତେବେ ଆତଙ୍କବାଦୀଙ୍କ ନିଶାନାରେ ଥିଲେ ହୋଟେଲର ଅତିଥି । ଆଖିବୁଜା ଗୁଳିମାଡ଼ କରିଥିଲେ।  ଏହାସହ ହୋଟେଲର ଅତିଥିଙ୍କୁ ପଣବନ୍ଦି କରିଥିଲେ ଆତଙ୍କବାଦୀ।

ଚାହୁଁଚାହୁଁ  ସାରା ହୋଟେଲକୁ ନିଜ କବ୍ଜାରେ ନେଲେ ଆତଙ୍କବାଦୀ।  ତେବେ କାବୁଲ ପୋଲିସ ଏବଂ ସ୍ପେଶାଲ ସ୍କ୍ୱାର୍ଡ଼ର ଆରମ୍ଭ ହୋଇଥିଲା ମିଳିତ ଅପରେସନ୍। ଅତିଥିଙ୍କୁ ସୁରକ୍ଷିତ ବାହାର କରିବା ଥିଲା ମୁଖ୍ୟ ଟାଗେର୍ଟ । ରାତି ସାରା ଆତଙ୍କୀ ଏବଂ ପୋଲିସ ମଧ୍ୟରେ ଚାଳିଲା ଗୁଳି ବିନିମୟ । ପ୍ରାୟ ୧୧ ଘଣ୍ଟାର ଅପରେସନ୍ ପରେ ନିହତ ହେଲେ ତିନି ଜଣ ଆତଙ୍କବାଦୀ। କିନ୍ତୁ ସେତେବେଳକୁ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ୫ ଜଣ । ଅନ୍ୟ ଅତିଥିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।  ତେବେ ଘଟଣା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ୨୦୧୧ ମସିହାରେ ମଧ୍ୟ ସମାନ୍ ଭାବରେ ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲରେ ପଶିଥିଲେ ଆତଙ୍କବାଦୀ । ଯେଉଁଥିରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଆତଙ୍କବାଦୀଙ୍କ ଏହି ଆକ୍ରମଣ ପୁଣି ଥରେ ଆଫଗାନ୍ ସରକାରଙ୍କ ପାଇଁ ସମସ୍ୟା ବଢ଼ାଇଛି।

Previous ArticleNext Article

Send this to a friend