ଗୁମ୍ଫାରେ ଏବେବି ଫସି ରହିଛନ୍ତି ୧୩ କିଶୋର ଫୁଟବଲ୍‌ ଖେଳାଳି

ନୂଆଦିଲ୍ଲୀ: ଦିନେ କି ଦୁଇ ଦିନ ନୁହେଁ, ୧୪ ଦିନ ଧରି ଅନ୍ଧାରୀ ଜୀବନ ଅତିବାହିତ କରୁଛନ୍ତି ୧୨ ଜଣ କିଶୋର ଫୁଟ୍‌ବଲ ଖେଳାଳି ଓ ତାଙ୍କ କୋଚ୍‌। ମ୍ୟାଚ୍‌ ଖେଳିସାରିବା ପରେ ସେମାନେ ଥାଇଲାଣ୍ଡର ଉତ୍ତର ଚିଆଙ୍ଗ ଅଞ୍ଚଳର ଥାମ୍‌ ଲୁଆଙ୍ଗ ଗୁମ୍ଫା ବୁଲିବାକୁ ଯାଇଥିଲେ। ମାତ୍ର ଜାଣିନଥିଲେ ଜୀବନରେ ଏମିତି ଯନ୍ତ୍ରଣା ଭୋଗିବେ। ସେମାନେ ସେଠାରେ ଫସିଗଲେ। ଏହି ଖବର ପ୍ରକାଶ ପାଇବା ପରେ ଥାଇଲାଣ୍ଡ ପ୍ରଶାସନ ସେମାନଙ୍କୁ ଉଦ୍ଧାର ପାଇଁ ଅଣ୍ଟା ଭିଡ଼ିଛି। ଏହା ସହଜସାଧ୍ୟ ହୋଇନଥିଲେ ମଧ୍ୟ ଉଦ୍ୟମ ଜାରି ରଖିଛି ପ୍ରଶାସନ। ଶୁକ୍ରବାର ପ୍ରବଳ ବର୍ଷା ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ବନ୍ଦ ରହିଥିଲା। ଆଜି ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଅନ୍ୟପକ୍ଷରେ ଖେଳାଳିଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ନୌସେନା ଅଧିକାରୀଙ୍କ ଶ୍ୱାସରୋଧ ଯୋଗୁ ମୃତ୍ୟୁ ହୋଇଛି।

Image result for thailand cave rescue

ଥାଇଲାଣ୍ଡର ୱାଇଲ୍ଡ ବୋର ଫୁଟ୍‌ବଲ୍‌ ଟିମ୍‌ର ଅଧିନାୟକ ଡୁଆଙ୍ଗପେଟ୍‌ ଡୋମ, କୋଚ୍‌ ଇକ୍କାପୋଲ ଓ ଅନ୍ୟ ୧୧ ଜଣ ଖେଳାଳି ଜୁନ୍‌ ୨୩ ତାରିଖରେ ଥାମ୍‌ ଲୁଆଙ୍ଗ ଗୁମ୍ଫା ବୁଲିବାକୁ ଯାଇଥିଲେ। ଏହି ସମୟରେ ବନ୍ୟା ପାଣି ଗୁମ୍ଫାରେ ଭିତରେ ପଶି ଯିବାରୁ ଖେଳାଳିମାନେ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଥିଲା ଥାଇଲାଣ୍ଡ ପ୍ରଶାସନ। ମାତ୍ର ଗୁମ୍ଫା ଭିତରେ ବେଶି ପାଣିଥିବାରୁ ଉଦ୍ଧାର କରିବା ସମ୍ଭବ ହୋଇପାରିନଥିଲା। ଗୁମ୍ଫା ଭିତରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ଖେଳାଳିମାନଙ୍କୁ ବାହାରୁ ଅମ୍ଲଜାନ ଯୋଗାଇ ଦିଆଯାଉଛି। ନିୟମିତ ବ୍ୟବଧାନରେ ଗୁମ୍ଫା ଭିତରୁ ପାଣି ନିଷ୍କାସନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

Related image

ଖେଳାଳିମାନେ ଗୁମ୍ଫାରୁ ବାହାରି ପାରୁନଥିବାରୁ ପରିବାର ଲୋକେ ମଧ୍ୟ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି। ସେହି ଦୃଷ୍ଟିରୁ ଗୁମ୍ଫାକୁ ଅପ୍‌ଟିକାଲ ଫାଇବର କେବୁଲ ବିଛାଇ ଇଣ୍ଟରନେଟ୍‌ ସେବା ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି। ମାତ୍ର ଗୁମ୍ଫାରେ ବେଶି ପାଣିଥିବାରୁ ମେଶିନ୍‌ଗୁଡ଼ିକ ଭିଜି ଯାଇଛି। ଗୁମ୍ଫା ସହ ଇଣ୍ଟରନେଟ୍‌ ସଂଯୋଗ ସ୍ଥାପନ ହୋଇପାରିଲେ ଖେଳାଳିମାନେ ସେମାନଙ୍କ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇପାରିବେ। ସେଥିପାଇଁ ଉଦ୍ଧାର ପ୍ରକ୍ରିୟା ସହିତ ଇଣ୍ଟରନେଟ୍‌ ସଂଯୋଗ କରିବାକୁ ପ୍ରଶାସନ ଗୁରୁତ୍ୱ ଦେଉଛି।

Image result for thailand cave rescue

ଥାଇ ପ୍ରଶାସନ ସୂତ୍ରରୁ ପ୍ରକାଶ, ଗୁମ୍ଫା ଭିତରେ ଥିବା ୧୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯଦି ସମ୍ପୂର୍ଣ୍ଣ ଠିକ୍‌ ଥାଏ, ତେବେ ଏକ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯିବ। କିନ୍ତୁ ଯଦି କାହାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ, ତାହାହେଲେ ଉଦ୍ଧାର କରିବାରେ ସମସ୍ୟା ଦେଖାଦେଇପାରେ। ସେଥିପାଇଁ ଖେଳାଳିଙ୍କୁ ଗୁମ୍ଫାରୁ ଉଦ୍ଧାର ପାଇଁ ଅନ୍ୟ ବିକଳ୍ପ ସମ୍ପର୍କରେ ମଧ୍ୟ ଚିନ୍ତା କରାଯାଉଛି।  Image result for thailand cave rescue

ଅନ୍ୟପକ୍ଷରେ ଥାଇଲାଣ୍ଡ ନୌସେନା ଜାରି କରିଥିବା ଭିଡିଓରେ ଖେଳାଳି ଓ କୋଚ୍‌ଙ୍କ ସ୍ୱାସ୍ଥ୍ୟ ଠିକ୍‌ ଥିବା ସେମାନେ କହୁଛନ୍ତି। ଗୁମ୍ଫା ଭିତରେ ଫସି ରହିଥିବା ଖେଳାଳିଙ୍କ ବୟସ ୧୧ରୁ ୧୬ ବର୍ଷ ଓ ସେମାନଙ୍କର କୋଚ୍‌ଙ୍କ ବୟସ ୨୩ ବର୍ଷ ବୋଲି କୁହାଯାଉଛି।

Image result for thailand cave rescue

ଭୁଲ୍‌ଭୁଲେୟାରେ ଫସିଗଲେ ଖେଳାଳି

ଖେଳାଳିମାନେ ଫସିଥିବା ଗୁମ୍ଫାଟି ଭୁଲ୍‌ଭୁଲେୟା ପରି। ଏହା ଭିତରେ ଅନେକ ସୁଡ଼ଙ୍ଗ ରହିଛି। ଏହାଛଡ଼ା ଗୁମ୍ଫା ଭିତରେ ଅନ୍ଧକାରର ରାଜତ୍ୱ। ତାପମାତ୍ରା ୨୧ ଡିଗ୍ରୀ। ଏପରି ସ୍ଥିତିରେ ଖେଳାଳିଙ୍କୁ ଉଦ୍ଧାର କରିବା ସମ୍ଭବପର ହେଉନାହିଁ। ସେମାନଙ୍କ ପାଖରେ ପହଞ୍ଚିବାକୁ ହେଲେ ଗୁମ୍ଫା ଭିତରେ ୨ କିମି ପଥୁରିଆ ରାସ୍ତା ଅତିକ୍ରମ କରିବାକୁ ପଡ଼ିବ। ସେହି ରାସ୍ତା ମଧ୍ୟ ପାଣିରେ ବୁଡ଼ି ରହିଛି। ଅବିରତ ବର୍ଷା ଚାଲିଥିବାରୁ ସେହି ପଥରେ ଯିବା ସହଜ ନୁହେଁ। ତେଣୁ ବିକଳ୍ପ ଭାବେ ପାଣି କମିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ନହେଲେ ଖେଳାଳିମାନଙ୍କୁ ପାଣିରେ ପହଁରା ଶିଖାଇବାକୁ ପଡ଼ିବ। କିନ୍ତୁ ପଥୁରିଆ ରାସ୍ତା ହୋଇଥିବାରୁ ଥାଇ ପ୍ରଶାସନ ଏପରି ରିସ୍କ ନେବାକୁ ଚାହୁଁ ନାହିଁ। ଖେଳାଳିମାନଙ୍କୁ ଉଦ୍ଧାର କରିବା ପାଇଁ ଥାଇ ପ୍ରଶାସନ ଉଦ୍ୟମ ଜାରି ରଖିଛି ସତ, କିନ୍ତୁ  କଦର୍ଯ୍ୟ ପାଗ ସାଙ୍ଗକୁ ଗୁମ୍ଫା ଭିତରେ ଅମ୍ଳଜାନ ପରିମାଣରେ ହ୍ରାସ, ସମସ୍ତଙ୍କୁ ଚିନ୍ତାଗ୍ରସ୍ତ କରିଦେଇଛି।

Image result for thailand cave rescue

Previous ArticleNext Article

Leave a Reply

Send this to a friend