ବିଲରେ ପାଳଭୂତ ନୁହେଁ, ସନ୍ନି ଲିଓନିଙ୍କୁ ଛିଡା କରି ଭଲ ଫସଲ ଅମଳ କଲେ ଚାଷୀ

ନେଲୁର: ଆପଣଙ୍କ ବିଲବାଡି ଅଛି କି? ଯଦି ହଁ ତାହେଲେ ଆମେ ଆପଣଙ୍କୁ ଭଲ ‍ଫସଲ ଅମଳ କରିବାକୁ ଆଜି ଗୋଟିଏ ନୂଆ ତରିକା ବତେଇବୁ। ଭାବୁଛନ୍ତି କି ଆମେ ଆପଣଙ୍କୁ ପାଳଭୂତ ଜଗାଇବା କଥା କହିବୁ। ନାଇଁମ ପାଳଭୁତ ଜଗାଇବା କଥା ପୁରୁଣା ହେଲାଣି। ହାଇଟେଲ ଯୁଗରେ ହାଇଟେକ୍‌ ପଦ୍ଧତି ଆପଣାନ୍ତୁ। ଜାଣିଛନ୍ତି ଏବେ କୁଆଡେ ସନ୍ନି ଲିଓନି ଫସଲ ଜଗୁଛନ୍ତି । ପର୍ଣ୍ଣ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ବନିଥିବା ସୁନ୍ଦରୀ ସନ୍ନି ବିଲ ଜଗୁଥିବା କଥା ଶୁଣି ଆମେ ବି ତାଜୁବ୍‌ ହେଲୁ । ଆଉ ଏଇ କଥା ପଦକ ଆପଣଙ୍କୁ ଜଣାଇବୁ ବୋଲି ସ୍ଥିର କଲୁ। ଭାବୁଛୁ ଏ କଥାଟି ପଢି ଆପଣ ନିଶ୍ଚିତ ଉପକୃତ ହେବେ।

 

ଆପଣ ଭାବୁଥିବେ ସତରେ କ’ଣ ସନ୍ନି ବିଲ ଜଗୁଥିବେ ? ଆଜ୍ଞା ହଁ । ଆନ୍ଧ୍ରପ୍ରଦେଶ ରାଜ୍ୟର ନେଲୁର ଅଞ୍ଚଳରେ ସନ୍ନି ଫସଲ ଜଗିବାରୁ ଏବର୍ଷ ଭଲ ଫସଲ ଅମଳ ହୋଇଛି ବୋଲି କହିଛନ୍ତି ଜଣେ ଚାଷୀ। ତାଙ୍କ ନାଁ ହେଉଛି ଏ.ଚେନ୍‌ଚୁ ରେଡ୍ଡୀ। ଚେନ୍‌ଚୁ କହିଛନ୍ତି “ମୋ ଫସଲ ଉପରେ ଯେମିତି କାହା ନଜର ନ ଲାଗିବ ସେଥିପାଇଁ ମୁଁ ବହୁତ ଚିନ୍ତା କଲି। ଶେଷର ଗୋଟିଏ କଥା ମୁଣ୍ଡକୁ ଜୁଟିଲା। ଆଜି କାଲି ଟୋକା, ବୁଢା ସମସ୍ତେ ସନ୍ନି ଲିଓନିଙ୍କ ଦିୱାନା ପାଲଟିଛନ୍ତି। ଏଣୁ ଯଦି ତାଙ୍କ ଫଟୋଟିଏ ମୁଁ ବିଲରେ ରଖିବି ତା ହେଲେ ମୋ ଫସଲ ଆଡକୁ କାହାର ନଜର ଲାଗିବନି। ବାସ୍‌ ଶେଷରେ ସେଇଆ କଲି । ଆଉ ମୋ ଫସଲ ସବୁଠାରୁ ଭଲ ହେଲା। ସେଥିପାଇଁ ସନ୍ନିଙ୍କୁ ବହୁତ ବହୁତ ଧନ୍ୟବାଦ୍‌ ।”  

ଚେନ୍‌ଚୁ ଏଥର ୧୦ ଏକର ଜମିରେ ଚାଷ କରିଛନ୍ତି। ଆଉ ବିଲ ମୁହଁରେ ଲଗାଇଛନ୍ତି ସନ୍ନିଙ୍କ ପୋଷ୍ଟର। ଯେଉଁଥିରେ ଏକ ନାଲି ରଙ୍ଗର ବିକିନି ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ସନ୍ନି। ଆପଣ ବି ଯଦି ସେଠାକୁ ଯିବେ ସେହି ପୋଷ୍ଟରରେ ଆଖି ଲାଖିଯିବ। କ’ଣ କହୁଛନ୍ତି। ଫସଲ ଅମଳ କରିବାର ଏହା ଭଲ ଉପାୟ କି ନୁହେଁ ଏଥର ଆପଣ ଚିନ୍ତା କରନ୍ତୁ।

Previous ArticleNext Article

Send this to a friend