ମନମୋହନ ସିଂହଙ୍କ ଡୁପ୍ଲିକେଟ ଫିଗର, ଛଦ୍ମବେଶରେ କିଏ? ଜାଣନ୍ତୁ

ନୂଆଦିଲ୍ଲୀ: ଫଟୋ ଦେଖିଲେ ଆପଣ ନିଶ୍ଚୟ କହିବେ ସେ ହେଉଛନ୍ତି ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ। ହେଲେ ଛବିରେ ଯାହାକୁ ଆପଣ ମନମୋହନ ସିଂହ ବୋଲି ଭାବୁଛନ୍ତି ପ୍ରକୃତରେ ତାଙ୍କ ପଚରିୟ ଭିନ୍ନ। ତେବେ ଆପଣଙ୍କୁ ଆଉ ବେଶୀ କିଛି ନକହି ପ୍ରକୃତ କଥାଟି କହିଦେଉଛେ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନେଇ ପରଦାକୁ ଆସୁଛି ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ । ଏଥିରେ ମୁଖ୍ୟ ତଥା ମନମୋହନ ସିଂହଙ୍କ ଭୂମିକାରେ ବଲିଉର ଭେଟେରାନ୍ ଅଭିନେତା ଅନୁପମ୍‌ ଖେର ଅଛନ୍ତି। ତେବେ ଏହି ଚଳଚ୍ଚିତ୍ରର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ଯାହାକୁ ଅନୁପମ୍‌ ଖେର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବେଶରେ ଅନୁପମ୍‌ ନିଜକୁ ମେକଅପ୍‌ କରିଥିବା ବେଳେ ଏହାକୁ ସେ ଟ୍ୱିଟରରେ ସେୟାର କରିଛନ୍ତି। ଯାହା ଖୁବ୍‌ ଚମତ୍କାର ହୋଇଛି।

ଏହି ଫିଲ୍ମକୁ ବିଜୟ ରତ୍ନାକର ଗୋଟେ ନିର୍ଦ୍ଦେଶନା ଦେଉଥିବା ବେଳେ ଭୋରା ବ୍ରଦର୍ଶ ପ୍ରଯୋଜନା କରୁଛନ୍ତି। ମେହତାହନ୍‌ସଲ କୋ ପ୍ରଡ୍ୟୁସର ଅଛନ୍ତି। ସଞ୍ଜୟ ବାରୁଙ୍କ ଲିଖିତ ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର ବହିର ଟାଇଟଲକୁ ନେଇ ଏହି ଚଳଚ୍ଚିତ୍ର ପର୍ଯ୍ୟବଶିତ।

ୟୁପିଏ କାର୍ଯ୍ୟକାଳରେ ଦୁଇ ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିବା ଡ. ମନମୋହନଙ୍କ ସିଂହଙ୍କ ରାଜନୀତି ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ବିବାଦୀୟ ବହି ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର ଲେଖିଛନ୍ତି  ସଞ୍ଜୟ ବାରୁ।

Previous ArticleNext Article

Send this to a friend