ବାହାଘରରେ ଘଟିଲା ଏମିତି ଘଟଣା, ଭିଡିଓ ଭାଇରାଲ୍‌

kanya

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାଘର ସମୟର ଅନେକ ଭିଡିଓ ଆପଣ ସୋସିଆଲ୍‌ ମିଡିଆରେ ଦେଖିଥିବେ। ଏହି ଭିଡିଓ ଗୁଡ଼ିକ ସାଧାରଣତଃ ଟିକେ ନିଆରା ହୋଇଥାଏ। ଯେମିତିକି କେଉଁଠି ବର ଷ୍ଟେଜ୍ ଉପରୁ ପଡ଼ିଯାଏ ତ କେଉଁଠି ଘୋଡ଼ା ବରକୁ ପକାଇ ଦିଏ। ଆଉ କେଉଁଠି ବାହାଘର ଶେଷ ହେଉ ହେଉ ବର କନିଆକୁ ଧରି ନାଚିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ବାହାଘର ବେଳର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଫେସ୍‌ବୁକ୍‌ରେ ଏହାକୁ ବହୁତ ସେୟାର କରାଯାଉଛି। ଭିଡିଓଟିକୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ। ଭିଡିଓଟି ଏକ ବାହାଘରରେ ବରଣମାଳା ପିନ୍ଧାଯିବା ସମୟର।  ହିନ୍ଦୁ ବିବାହ ପରମ୍ପରା ଅନୁଯାୟୀ ବର ଓ କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇ ଥାଆନ୍ତି। ଅନେକ ସ୍ଥାନରେ ଦେଖାଯାଏ ବରଣମାଳା ପିନ୍ଧାଯିବା ସମୟରେ ବରକୁ ତାଙ୍କ ସଂପର୍କୀୟମାନେ କୋଳେଇ ଉପରକୁ ଉଠାଇ ଦିଅନ୍ତି। ଫଳରେ ବର ବେକରେ ବରଣମାଳା ପକାଇବାକୁ କନ୍ୟାକୁ ସମସ୍ୟା ହୁଏ ଓ ଏହି ମୁହୂର୍ତ୍ତକୁ ସମସ୍ତେ ଉପଭୋଗ କରନ୍ତି। ଏହି ବାହାଘରରେ ମଧ୍ୟ ଏମିତି ଘଟିଥିଲା। ବରଣମାଳା ପିନ୍ଧା ଯିବା ସମୟରେ ବରକୁ ତାଙ୍କର ଜଣେ ସଂପର୍କୀୟ ଉପରକୁ ଉଠାଇ ଦେଲେ। ଏତିକି ବେଳେ କନ୍ୟା ପକ୍ଷରେ ଜଣେ ବ୍ୟକ୍ତି ଆସି କନ୍ୟାକୁ ଧରି ଉପରକୁ ଉଠାଇ ଦେଲେ। ତା’ପରେ କନ୍ୟା ବରକୁ ବରଣମାଳା ପିନ୍ଧାଇଲେ। ବର ମଧ୍ୟ କନ୍ୟାକୁ ବରଣମାଳା ପିନ୍ଧାଇଲେ। ତେବେ ତଳକୁ ଓହ୍ଲାଇବ ପରେ କନ୍ୟା ତାଙ୍କୁ ଉଠାଇଥିବା ସଂପର୍କୀୟଙ୍କୁ ଜୋରରେ ଏକ ଚାପୁଡ଼ା ମାରିଥିଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କ’ଣ କହି ଚାପୁଡ଼ ମାରିଲେ ତାହା ସ୍ପଷ୍ଟ ଶୁଣାଯାଉ ନାହିଁ। ତେବେ ଦୁର୍ବ୍ୟବହାର ଶବ୍ଦଟି ତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ତାଙ୍କୁ ଉଠାଇଥିବା ବ୍ୟକ୍ତି ଜଣଙ୍କ କିଏ ତାହା ବି ଜଣାନାହିଁ। ତେବେ ମାଡ଼ ଖାଇବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ନିକଟରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କୁ ଚାହିଁଲେ ଓ ତାଙ୍କ ଗାଲରେ ଏକ ଚାପୁଡ଼ା ମାରି ସେଠାରୁ ଚାଲିଗଲେ। ସେଠାରେ ଉପସ୍ଥିତ କୌଣସି ବ୍ୟକ୍ତି ଏହାକୁ ନିଜ ମୋବାଇଲ୍ ଫୋନ୍‌ରେ ରେକର୍ଡ କରି ସୋସିଆଲ୍ ମିଡିଆରେ ଛାଡ଼ିଛନ୍ତି।

କେହି କେହି କେବଳ ଏହି ଭିଡିଓ ଦେଖି ମଜା ନେଉଥିବା ବେଳେ ଆଉ କେହି ଏହାକୁ କନ୍ୟାର ସାହାସିକତା ବୋଲି କହୁଛନ୍ତି। ବୋଧହୁଏ ତାଙ୍କୁ ଯେଉଁ ଭଳି ଢଙ୍ଗରେ ଉଠାଗଲା ତାହା ତାଙ୍କୁ ପସନ୍ଦ ଆସି ନଥିଲା ଓ ସେଥିପାଇଁ ସେ ଉକ୍ତ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିବା କୁହାଯାଉଛି। ଏହି ଭିଡିଓଟି କେଉଁ ଜାଗାର ଏପର୍ଯ୍ୟନ୍ତ କିଛି ଜଣା ପଡ଼ିନାହିଁ।

ଭାଇରାଲ ହୋଇଥିବା ଭିଡିଓଟିକୁ ଦେଖନ୍ତୁ-

Previous ArticleNext Article

Leave a Reply

Send this to a friend