ବଦଳିଯିବ ସବୁ ମୋବାଇଲ୍ ନମ୍ବର

thirteendigit

ଭୁବନେଶ୍ୱର: ବହୁତ ଶୀଘ୍ର ଆପଣଙ୍କ ୧୦ଟିକିଆ ମୋବାଇଲ ନମ୍ବର ୧୩ ଟିକିଆ ହୋଇଯିବ। ସୁରକ୍ଷା ଦୃଷ୍ଟିରୁ ଟେଲିକମ୍ ବିଭାଗ ଏଭଳି ନିଷ୍ପତ୍ତି ନେଇଛି।  ପୂର୍ବରୁ ଥିବା ଉପଭୋକ୍ତାଙ୍କ ମୋବାଇଲ ନମ୍ବରଗୁଡ଼ିକୁ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ବଦଳାଯିବ। ଟେଲିକମ୍‌ ବିଭାଗ  ଏହି କାମକୁ ଆସନ୍ତା  ଡିସେମ୍ବର ୩୧ ସୁଦ୍ଧା ସାରିବାକୁ ନିଷ୍ପତ୍ତି ନେଇଛି।

ବିଏସ୍‌ଏନ୍‌ଏଲ୍ କମ୍ପାନୀର ଜଣେ ଅଫିସର କହିଛନ୍ତି,“ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ୧୩ ଡିଜିଟ୍ M2M(ମେସିନ୍ ଟୁ ମେସିନ୍) ନମ୍ବରିଂ ପ୍ଲାନ ଆରମ୍ଭ ହେବ। ପୂର୍ବରୁ ଥିବା ୧୦ ଡିଜିଟ୍‌ ନମ୍ବରକୁ ମଧ୍ୟ ୧୩ ଡିଜିଟ୍ କରି ଦିଆଯିବ। ଏଗୁଡ଼ିକୁ ଅକ୍ଟୋବର ୧ ତାରିଖରୁ ବଦଳାଯିବ। ଏହି କାମ ଆସନ୍ତା ଡିସେମ୍ବର ମାସ ୩୧ ତାରିଖ ସୁଧା ଶେଷ ହେବ।”

 

Previous ArticleNext Article

Send this to a friend