ମୋଦିଙ୍କ ମହାଭାରତ ଫର୍ମୁଲା: ଚକ୍ରବ୍ୟୂହରେ ‘ଡି’, ବମ୍ବେରେ ଚାଲିଗଲା ୯ କୋଟି ଟଙ୍କାର ସମ୍ପତ୍ତି

modi-1

ମୁମ୍ବାଇ: ଭାରତର ମୋଷ୍ଟ ଓ୍ଵାଣ୍ଟେଡ ତଥା ମୁମ୍ବାଇ ବ୍ଲାଷ୍ଟର ମୁଖ୍ୟ ଖଳନାୟକ ଦାଉଦ୍‌ ଇବ୍ରାହିମ ବିରୋଧରେ ଭାରତ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ । ଅଣ୍ଡରୱାଲ୍ଡ  ଦାଉଦ୍‌ଙ୍କ ମୁମ୍ବାଇରେ ଥିବା ୯ କୋଟି ଟଙ୍କାର ସମ୍ପତ୍ତିକୁ ‌ଆଜି ନିଲାମ କରାଯାଇଛି। ଏହି ସମ୍ପତ୍ତିକୁ ବୁରୁବାନୀ ଟ୍ରଷ୍ଟ ନାମକ ଏକ ସଂସ୍ଥା କିଣିଛି।  ଏହି ନିଲାମ ଆଜି ମୁମ୍ବାଇରେ ଚର୍ଚ୍ଚ ଗେଟ୍‌ ଏରିଆରେ ଥିବା ଇଣ୍ଡିଆନ୍‌ ମାର୍ଚ୍ଚେଣ୍ଟ ଚାମ୍ବରରେ ଡକାଯାଇଥିଲା। ଏଥିରେ ଦାଉଦର ଫ୍ଲାଟ, ହୋଟେଲ ଏବଂ ଗେଷ୍ଟ ହାଉସ୍‌କୁ ନିଲାମରେ ସାମିଲ କରାଯାଇଥିଲା। ସୁପ୍ରିମକୋର୍ଟର ଓକିଲ ଭୁପିନ୍ଦର ଭରଦୱାଜ୍‌ ଏଥିରେ ଔରଙ୍ଗାବାଦ୍ ଏବଂ ଆଫଜର୍ ହୋଟେଲ ନେବା ପାଇଁ ବୋଲି ଲଗାଇଥିଲେ କିନ୍ତୁ କିଣିପାରି ନ ଥିଲେ।

ଏହି ନିଲାମରେ  ମାତ୍ର ୪ରୁ ୫ ଜଣ ଭାଗ ନେଇଥିଲେ। ପ୍ରାୟ ୩ଟି ସମ୍ପତ୍ତି ଉପରେ ନିଲାମ ଡକାଯାଇଥିଲା। ଯାହାର ମୂଲ୍ୟ ୯ କୋଟି ଟଙ୍କା। ଯେଉଁଥିରେ ପାକ୍‌ମୋଡ଼ିଆ ଷ୍ଟ୍ରିଟରେ ଥିବା Damberlaw ବିଲଡିଂ, ହୋଟେଲ ରନକ୍‌ ଆଫ୍ରୋଜ୍, ସବ୍‌ନମ୍‌ ଗେଷ୍ଟ ହାଉସ୍‌ ସାମିଲ ରହିଛି। ସବୁଠାରୁ ବଡ଼ କଥା ହେଲା ହିନ୍ଦୁ ମହାସଭାର  ସଭାପତି  ସ୍ୱାମୀ ଚକ୍ରପାଣି କହିଥିଲେ ଯେ, ସେ ନିଲାମରେ ସାମିଲ ହୋଇ ଦାଉଦର ଆଫ୍ରୋଜ୍ ହୋଟେଲକୁ କିଣିବେ। ଆଉ ତାକୁ ସର୍ବସାଧାରଣଙ୍କ ପାଇଁ ମାଗଣାରେ ଶୌଚାଳୟ ପାଇଁ ବ୍ୟବହାର କରାଯିବ। ମୋଦି ସରକାର ଆସିବା ପରେ ୨୦୧୫ରେ ଏହି ସମ୍ପତ୍ତି ନିଲାମ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଏହା ପୂର୍ବରୁ ବ୍ରିଟେନରେ ୪୨ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା। ବ୍ରିଟେନରେ ଦାଉଦ୍‌ର ବିଭିନ୍ନ ସହରରେ ଥିବା ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ ହୋଟେଲକୁ ବାଜ୍ୟାପ୍ତ କରାଯାଇଛି। ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୪୨ ହଜାର କୋଟି ଟଙ୍କା ହେବ।   ସେହିପରି ତା’ ପୂର୍ବରୁ ୟୁଏଇରେ ମଧ୍ୟ ଦାଉଦର ସମ୍ପତ୍ତି ଜବତ କରାଯାଇଥିଲା। ୟୁଏଇ ସରକାର ଦାଉଦର ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି।  ଭାରତର ପ୍ରମାଣ ଆଧାରରେ ବିଶ୍ୱବ୍ୟାପୀ ଦାଉଦର କାରବାର ଉପରେ ଚଢାଉ କରାଯାଇଛି।  ସାଉଦି ଆରବରୁ ଲଣ୍ଡନ ପର୍ଯ୍ୟନ୍ତ ଦାଉଦ୍‌ର ବ୍ୟବସାୟ ସାମ୍ରାଜ୍ୟ ଲମ୍ବିଛି। ଦାଉଦର ଡି-କମ୍ପାନୀ ଦକ୍ଷିଣ ପୂର୍ବ ଏସିଆର ସବୁଠାରୁ ବଡ ଅପରାଧୀ ସଂଗଠନ ଭାବେ ପରିଚିତ।

Previous ArticleNext Article

Send this to a friend