ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଆତଙ୍କବାଦୀ ନିହତ

encounter

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ହାତେଇଛନ୍ତି ଆଉ ଏକ ବଡ଼ ସଫଳତା। ତ୍ରାଲ ସେକ୍ଟରରେ ଏନ୍‌କାଉଣ୍ଟରରେ ତିନିଜଣ ଜୈସି- ଇ- ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି।  ମୃତକଙ୍କ ମଧ୍ୟରେ ଜଣେ ଟପ୍ କମାଣ୍ଡର ଥିବା ସୂଚନା ମିଳିଛି। ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।  ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ।  ଏହାପରେ ସୁରକ୍ଷାକର୍ମୀମାନେ ଏହାର କଡ଼ା ଜବାବ ଦେଇଥିଲେ।  ଗୁଳି ବିନିମୟରେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏବେ ବି ଅପରେସନ ଜାରି ରହିଛି।  ସେଠାରେ ଆଉ କେତେଜଣ ଆତଙ୍କବାଦୀ ଅଛନ୍ତି ସେ ସମ୍ପର୍କରେ ସୂଚନା ମିଳିନାହିଁ ।

Previous ArticleNext Article

Send this to a friend