ଆଜି ‘ଧରିତ୍ରୀ ଦିବସ’: ଜାଣନ୍ତୁ ପ୍ରଥମେ କିଏ ପାଳନ କରିଥିଲେ

ଭୁବନେଶ୍ୱର(ଓଡିଶା ରିପୋର୍ଟର):  ଆଜି ହେଉଛି ‘ଧରିତ୍ରୀ ଦିବସ’। ସାରା ବିଶ୍ୱରେ ଏପ୍ରିଲ ୨୨କୁ ଧରିତ୍ରୀ ଦିବସ ଭାବରେ ପାଳନ କରାଯାଏ। ପରିବେଶ ସୁରକ୍ଷା ଓ ପୃଥିବୀକୁ କିଭଳି ବଞ୍ଚାଯାଇ ପାରିବ ତାକୁ ନେଇ ଜନସଚେତନା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଭାରତ ସମେତ ପାଖାପାଖି ୧୯୨ଟି ଦେଶରେ ପ୍ରତିବର୍ଷ ଧରିତ୍ରୀ ଦିବସ ପାଳିତ ହେଉଛି। ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଥମେ ୧୯୭୦ ମସିହାରେ ଆମେରିକା ସିନେଟର ଜେରାଲ୍ଡ ନେଲସନ ‘ଧରିତ୍ରୀ ଦିବସ’ ପାଳନ କରିଥିଲେ।

ବଲିଉଡ ସିନେ ତାରକାମାନେ ବି ଧରିତ୍ରୀ ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ର ଶିବସେନା ନେତା ଆଦିତ୍ୟ ଠାକରେ ଓ ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଏହି ଦିବସ ପାଳନ କରିଛନ୍ତି। ମୁମ୍ବାଇ ଭରସୋବା ବିଚ୍‌ରେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି ଏମାନେ।

Previous ArticleNext Article

Send this to a friend