ନୌସେନା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

modi-navy

ନୂଆଦିଲ୍ଲୀ: ଆଜି ନୌସେନା ଦିବସ।  ଏହି ଅବସରରରେ ନୌସେନା ପାଳନ କରିଛି ଧ୍ୱଜାବତରଣ ଉତ୍ସବ। ମୁମ୍ବାଇର ଗେଟ୍ ୱେ ଅଫ ଇଣ୍ଡିଆ ସମ୍ମୁଖରେ ଭାରତୀୟ ନୌସେନା ଏହି ଧ୍ୱଜା ଅବତରଣ କରିଛି। ୧୯୭୧ରେ ଇଣ୍ଡୋ-ପାକ ଯୁଦ୍ଧରେ ହୋଇଥିବା  ସାମୁଦ୍ରିକ ଅପରେସନର ସ୍ମୃତୀ ରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ।

ଗତକାଲି ରାତିରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଭାରତୀୟ ନୌସେନା ଧ୍ୱଜା ଅବତରଣ କରିବା ସହ ବିଭିନ୍ନ ସାମରିକ କଳା ପ୍ରଦର୍ଶନ କରିଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ନୌସେନାକୁ ଶୁଭେଚ୍ଛା ଜଣାଇଥିଲେ।

Previous ArticleNext Article

Send this to a friend