ତିନ୍ ତଲାକ୍ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ମହିଳା ସମାଜରୁ ବାସନ୍ଦ!

muslim

ନୂଆଦିଲ୍ଲୀ: ତିନି ଦିନ ତଳେ ସୁପ୍ରିମକୋର୍ଟ ତିନ୍‌ ତଲାକ୍‌କୁ ନେଇ ଐତିହାସିକ ରାୟ ଶୁଣାଇଥିଲେ। ତିନ୍‌ ତଲାକ୍‌ ଅସାମ୍ୱିଧାନିକ ବୋଲି କହିଥିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏହାପରେ ବିଭିନ୍ନ ମହଲରୁ କୋର୍ଟଙ୍କ ରାୟକୁ ସ୍ୱାଗତ କରାଯାଇଥିଲା। କିନ୍ତୁ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ତିନ୍‌ ତଲାକ୍ ବିରୋଧରେ ମାମଲା ଦାଏର କରିଥିବା ଜଣେ ମହିଳାଙ୍କ ଦୁଃଖ ବଢ଼ିଯାଇଛି।

ସୂଚନା ଅନୁସାରେ, ମହିଳାଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିବା ଇଶରତ ଜହାନଙ୍କୁ  ସାମାଜରୁ ବହିଷ୍କାର କରାଯାଇଛି। କୋର୍ଟ ଫଇସଲା ଶୁଣାଇବା ପରେ ତାଙ୍କ ସମସ୍ୟା କିଛି ମାତ୍ରାରେ କମି ଯିବ ବୋଲି ଚିନ୍ତା କରିଥିଲେ ଇଶରତ। କିନ୍ତୁ ତାଙ୍କ ସମସ୍ୟା କମିବା ପରିବର୍ତ୍ତେ ବଢ଼ିଯାଇଛି। ସମାଜରୁ ତ ବାସନ୍ଦ ହୋଇଛନ୍ତି, ତା’ସହିତ ସଂପର୍କୀୟ ଓ ପଡ଼ୋଶୀମାନେ ତାଙ୍କୁ ସମାଲୋଚନା କରୁଛନ୍ତି।

ପଶ୍ଚିମ ବଙ୍ଗଳାର ହାୱଡାରେ ରହନ୍ତି ଇଶରତ୍‌। ଦୁବାଇରେ ରହୁଥିବା ତାଙ୍କ ସ୍ୱାମୀ ଫୋନ୍‌ରେ ତାଙ୍କୁ ତଲାକ୍‌ ଦେଇଥିଲେ। ତାଙ୍କର ଚାରି ଛୁଆଙ୍କୁ ବି ତାଙ୍କ ସ୍ୱାମୀ ନେଇ ଯାଇଥିଲେ। ତା’ପରେ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥିଲେ। ଏହା ପରେ ପୂରା ଅସହାୟ ହୋଇପଡ଼ିଥିଲେ ଇଶରତ୍। ତେବେ ସେ ତଲାକ୍ ଅସାମ୍ବିଧାନିକ କହି ଏହା ବିରୁଦ୍ଧରେ କୋର୍ଟରେ ମାମଲା ଦାଏର କରିଥିଲେ।

ଇଂରାଜୀ ଖବରକାଗଜ ‘ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇଶରତ୍ କହିଛନ୍ତି,“କୋର୍ଟଙ୍କ ରାୟ ଆସିବା ପରେ ମୋ ଶ୍ୱଶୁର ଘର ଲୋକେ ଓ ପଡ଼ୋଶୀମାନେ ମୋ ଚରିତ୍ର ପରେ ଟିପ୍ପଣୀ ଦେଉଛନ୍ତି। ମୁଁ ଜଣେ ନଷ୍ଟ ଚରିତ୍ରର ମହିଳା ବୋଲି କହୁଛନ୍ତି। କେବଳ ସେତିକୁ ନୁହେଁ କିଛି ଲୋକେ ମୋ ସହିତ କଥା ହେବା ମଧ୍ୟ ବନ୍ଦ କରି ଦେଇଛନ୍ତି।”

ସୂଚନାଯୋଗ୍ୟ,  ଗତ ୨୨ ତାରିଖରେ ତିନ୍‌ ତଲାକ୍‌କୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି। କୋର୍ଟ ୬ ମାସ ପାଇଁ ତିନ୍‌ ତଲାକ୍‌ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।  ସଂସଦରେ ଏନେଇ ଆଇନ ଆଣିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦରେ ବିଧେୟକ ଆଣି ନୂଆ ନିୟମ ପ୍ରଣୟନ ନ ହେବା ଯାଏଁ ତିନ୍‌ ତଲାକ୍‌ ହୋଇପାରିବନି ବୋଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜେଏସ୍‌ ଖେହରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଶୁଣାଇଥିଲେ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ୬ ମାସ ପର୍ଯ୍ୟନ୍ତ କୌଣସି ମୁସଲିମ୍‌ ମହିଳାଙ୍କୁ ତିନି ଥର ‘ତଲାକ୍‌’ କହି କେହି ଛାଡିପାରିବେ ନାହିଁ।

ଆହୁରି ପଢ଼ନ୍ତୁଟ୍ରିପଲ ତଲାକ୍‌ : ଏଇ ମହିଳାମାନେ ଆରମ୍ଭ କରିଥିଲେ ଯୁଦ୍ଧ

Previous ArticleNext Article

Send this to a friend