ନିର୍ବାଚନ ସଫଳତା ନେଇ ମୋଦିଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

modi-trump

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଧାଇ ଜଣାଇଛନ୍ତି। ଟ୍ରମ୍ପ୍‌ ସୋମବାର ବିଳମ୍ୱିତ ରାତିରେ ମୋଦିଙ୍କୁ ଫୋନ୍‌ କରି ନିର୍ବାଚନ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ହ୍ୱାଇଟ୍‌ ହାଉସ୍‌ର ପ୍ରେସ୍‌ ସେକ୍ରେଟାରୀ ସିନୀ ସ୍ପାଇସର ଗଣମାଧ୍ୟମକୁ ଜଣାଇଛନ୍ତି।

ନିକଟରେ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ୪ଟିରେ ସରକାର ଗଢିବାକୁ ସକ୍ଷମ ହୋଇଛି। ବିଶେଷ କରି ୟୁପି ଓ ଉତ୍ତରାଖଣ୍ଡରେ ଦଳକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିଛି।

Previous ArticleNext Article

Send this to a friend