କିମ୍‌ଙ୍କ ସହ ସାକ୍ଷାତ ଦୁଇ ଦେଶ ମଧ୍ୟରେ ସୁସଂପର୍କର ଆରମ୍ଭ: ଟ୍ରମ୍ପ

trump-kim-meeting

ନୂଆଦିଲ୍ଲୀ: ଆଗକୁ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଭଲ ସମ୍ପର୍କ ରହିବ। କିମଙ୍କ ସହ ବନ୍ଧୁତ୍ୱ ଭଲ ହେବ ବୋଲି ଆଶାବାଦୀ ଅଛି। ଐତିହାସିକ କିମ୍‌-ଟ୍ରମ୍ପ ସାକ୍ଷାତ ଆଲୋଚନା ପରେ ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍।

ଟ୍ରମ୍ପ ମନ୍ତବ୍ୟ ଉପରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ବହୁ ପ୍ରତିବନ୍ଧକ ହଟାଇ ଆମେ ଏଠାରେ ଏକାଠି ହୋଇଛୁ।”

ଆମେରିକା ଓ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି ଐତିହାସିକ ଶିଖର ସମ୍ମିଳନୀ। ପ୍ରଥମ ଥର ପାଇଁ ପରସ୍ପରକୁ ଭେଟି ଆଲୋଚନା କରିଛନ୍ତି ଟ୍ରମ୍ପ୍ ଓ କିମ୍। ସିଙ୍ଗାପୁର ସେଣ୍ଟୋସା ସ୍ଥିତ କାପେଲା ହୋଟଲରେ ସେମାନଙ୍କ ମଧ୍ୟରେ ୪୧ ମିନିଟ୍ ଧରି ଆଲୋଚନା ହୋଇଥିଲା। ପରସ୍ପର ସହ ହାତ ମିଳାଇବା ପରେ କିମ୍ ଓ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ଆରମ୍ଭ ହୋଇଥିଲା।

ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଲାଗି ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ବୈଠକ ପରେ ଉଭୟ ଦେଶର ପ୍ରତିନିଧି ସ୍ତରୀୟ ଆଲୋଚନା ଜାରି ରହିଛି।

Previous ArticleNext Article

Send this to a friend