ଆତ୍ମହତ୍ୟା କଲେ ନ୍ୟୁଜ୍‌ ଆଙ୍କର,ସୁଇସାଇଡ୍‌ ନୋଟ୍‌ରେ ଲେଖିଗଲେ…

ହାଇଦ୍ରାବାଦ: ହାଇଦ୍ରାବାଦରେ ଏକ ନ୍ୟୁଜ୍‌ ଚ୍ୟାନେଲ୍‌ର ଆଙ୍କର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।  ତାଙ୍କ ନାଁ ରାଧିକା ରେଡ୍ଡୀ(୩୬)। ଗତକାଲି ରାତିରେ ସେ ତାଙ୍କ ଘରର ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ରାଧିକାଙ୍କ ବ୍ୟାଗ୍‌ରୁ ଏକ ସୁଇସାଇଡ୍‌ ନୋଟ୍‌ ପାଇଛି। ଏଥିରେ ଲେଖାଯାଇଛି,“ ମୋ  ମସ୍ତିଷ୍କ ହିଁ ମୋର ଶତ୍ରୁ।”

ରାଧିକା ଡିପ୍ରେସନ୍‌ର ଶିକାର ହୋଇଥିଲେ ପୋଲିସ କହୁଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି,“ ରାଧିକା ଅଫିସ୍‌ରୁ ଘରକୁ ଆସିବାର କିଛି ସମୟ ପରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।’’

ଏକ ରିପୋର୍ଟ ଅନୁସାରେ ରାଧିକାଙ୍କର ୧୪ ବର୍ଷର ଗୋଟିଏ ପୁଅ ଅଛି। ସେ ତାଙ୍କ ଆଇ-ଅଜାଙ୍କ ପାଖରେ ରୁହନ୍ତି। ସେ ମାନସିକ ରୋଗୀରେ ପୀଡ଼ିତ। ୬ ମାସ ପୂର୍ବରୁ ରାଧିକାଙ୍କର ଛାଡପତ୍ର ହୋଇଥିଲା।

Previous ArticleNext Article

Send this to a friend